ବୈଜୟନ୍ତଙ୍କୁ ମିଳିଲା ଜାତୀୟ-ଉପସଭାପତି, ମୁଖପାତ୍ରର ଦାୟିତ୍ୱ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରାୟ ଏକ ବର୍ଷ ପରେ ହେଉ ପଛେ ବିଜେପି ବୈଜୟନ୍ତଙ୍କୁ ଅପଣେଇଛି । ବିଜେପି ବୈଜୟନ୍ତଙ୍କୁ ଅପଣେଇବା ସହ ବିଶ୍ୱାସବ୍ୟକ୍ତ ମଧ୍ୟ କରିଛି । ଯାହାର ଉଦାହରଣ ଆଜି ଦେଖିବାକୁ ମିଳିଛି । ବିଜେପିରେ ବୈଜୟନ୍ତଙ୍କୁ ମିଳିଛି ଜାତୀୟ-ଉପସଭାପତି ସହ ଦଳର ମୁଖପାତ୍ରର ଦାୟିତ୍ୱ ।

ସୂଚନା ଅନୁଯାୟୀ, ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ ବିଜେପି ବୈଜୟନ୍ତଙ୍କୁ ଗ୍ରହଣ କରିଥିଲା । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଓଡିଶା ପ୍ରଭାରୀ ଅରୁଣ ସିଂ ଓ ପୂର୍ବତନ ରାଜ୍ୟ ସଭାପତି ତଥା ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂଦେଓ ଙ୍କ ଉପସ୍ଥିତିରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବୈଜୟନ୍ତ ଗତ ୩ତାରିଖରେ ପଦ୍ମ ଧରିଥିଲେ । ଆଜି ବୈଜୟନ୍ତଙ୍କୁ ଜାତୀୟ-ଉପସଭାପତି ସହ ଦଳର ମୁଖପାତ୍ରର ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave a comment