ରେମୁଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବୈଜୟନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନମଣ୍ଡଳୀର ମଣିନାଗେଶ୍ୱର ମନ୍ଦିର ପଡ଼ିଆରେ ମଙ୍ଗଳବାର ପୂର୍ବାହ୍ନରେ ବିଜେପିର ସଂକଳ୍ପ ଯାତ୍ରା ସାଙ୍ଗକୁ ପ୍ରଥମ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡ଼ା ପୂର୍ବତନ ଏମ୍‌ପି ତଥା ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା ଏଥିରେ ଯୋଗଦେଇ ରାଜ୍ୟରେ ୧୯ବର୍ଷ ଧରି ବିଜେଡି ଶାସନ କରୁଥିବା ବେଳେ ଏବେ ବି ଓଡ଼ିଶା ବିକାଶ କ୍ଷେତ୍ରରେ ବହୁ ପଛରେ ପଡ଼ିଛି ବୋଲି କହିଥିଲେ । ବିଜେଡି ସରକାର ଅମଳରେ ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର ବଢ଼ି ଚାଲିଛି । ଶିଳ୍ପ ଏବଂ ଶ୍ରମିକଙ୍କ ପାଇଁ ପ୍ରୋତ୍ସାହନର ଅଭାବ ରହିଛି । ସେଥିପାଇଁ ରାଜ୍ୟସରକାର ବଦଳିବା ଦରକାର ବୋଲି ବୈଜୟନ୍ତ ଆହ୍ବାନ ଦେଇଥିଲେ । ସମାବେଶରେ ବାଲେଶ୍ୱର ବିଧାନସଭା ପ୍ରାର୍ଥୀ ମଦନମୋହନ ଦତ୍ତ ଅଧ୍ୟକ୍ଷତା କରିଥିଲେ । ବାଲେଶ୍ୱର ବିଜେପି ଏମ୍‌ପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଜେପି ନେତ୍ରୀ ଅନୁ ଚୌଧୁରୀ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ ସମ୍ପାଦିକା ଶୋଭନା ମହାନ୍ତି, ଜିଲ୍ଲା ପ୍ରଭାରୀ ଅଜୟ ମିଶ୍ର, ଜିଲାପରିଷଦ ସଦସ୍ୟ ସୁଧାଂଶୁ ପଣ୍ଡା, ସରିତା ଗିରି, କ୍ୟାପଟେନ ଭାସ୍କର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ।

Leave a comment