ଏମ୍ପି ପଦରୁ ଇସ୍ତଫା ଦେଲେ ବୈଜୟନ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଜେଡି ଏମ୍ପି ପଦରୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି କେନ୍ଦ୍ରାପଡ଼ା ଏମ୍ପି ବୈଜୟନ୍ତ ପଣ୍ଡା। ଏ ନେଇ ସେ ଲୋକସଭା ବାଚସ୍ପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିବା ଟ୍ବିଟ ଯୋଗେ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ବିଜେଡି ଛାଡିବା ଇଚ୍ଛା ନେଇ ନବୀନ ପଟ୍ଟନାୟକଙ୍କୁ ଦେଇଥିବାପତ୍ରରେ ବାପାଙ୍କ ଶୁଦ୍ଧିକ୍ରିୟା ପରେ ମୁଁ ଲେକସଭାରୁ ଇସ୍ତଫା ଦେବି ବୋଲି ଉଲ୍ଲେଖ କରିଥିଲି। ଶୁଦ୍ଧିକ୍ରିୟା ଶେଷ ହେବା ପରଦିନ ବାଚସ୍ପତିଙ୍କୁ ସାକ୍ଷାତ କରିବାକୁ ସମୟ ମାଗିଥିଲେ ବି ଏହା ସମ୍ଭବ ହୋଇ ନଥିଲା। ତେବେ ସେ ବିଦେଶ ଗସ୍ତରେ ଥିବା ମୁଁ ଜାଣିବାକୁ ପାଇବା ପରେ ତାଙ୍କ ନିକଟକୁ ଇସ୍ଥଫା ପତ୍ର ପଠାଇ ଦେଇଛି ବୋଲି ବୈଜୟନ୍ତ ଟ୍ବିଟ୍ କରି କହିଛନ୍ତି।
ଘଟଣା କ୍ରମେ
ଗତ ମେ ୨୮ ତାରିଖରେ ବୈଜୟନ୍ତ ଜୟ ପଣ୍ଡା ବିଜେଡିରୁ ଇସ୍ତଫା ଦେବା ନିମନ୍ତେ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଥିଲେ। ତାଙ୍କ ବାପା ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଶେଷଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡିର କୌଣସି ନେତା ଯାଇ ନଥିବାରୁ ସେ ମର୍ମାହତ ହୋଇ ଇସ୍ତଫା ଦେଇଥିବା ଏଥିରେ ଦର୍ଶାଇଥିଲେ। ତେବେ ଗତ ଜାନୁୟାରୀ ମାସରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବୈଜନ୍ତଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା।