ଶୁଭ୍ରକାନ୍ତ ଡିଲରେ ବିଜେଡି ଫେରିବେ ବୈଜୟନ୍ତ !!! ଦେଖନ୍ତୁ ଭିଡ଼ିଓ

ବିଜେଡି ଫେରିବାକୁ ବ୍ୟାକୁଳ ବୈଜୟନ୍ତ

0

ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଯେପରି କେନ୍ଦ୍ରମନ୍ତ୍ରୀ ନିଜ ଦଳ ନେତାଙ୍କୁ ବାହାରେ ଅପେକ୍ଷା କରାଇ ୫ଟି ସଚିବଙ୍କ ସହ ଗୁପ୍ତ ବୈଠକ କଲେ । ଏହାପରେ ଦଳୀୟ ବୈଠକରେ ରାଜ୍ୟ ସରକାରଙ୍କ ବିପକ୍ଷରେ କୌଣସି ଆକ୍ରମକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ନଦେବା ସ୍ତାନୀୟ ନେତା ଓ କର୍ମୀ ଙ୍କୁ ଦ୍ଵନ୍ଦରେ ପକାଇଛି । ରାଜ୍ୟ କଂଗ୍ରେସ ଲଗାତାର ଭାବେ କରି ଆସୁଥିବା ବିଜେଡି-ବିଜେପି ସମ୍ପର୍କ ଅଭିଯୋଗକୁ ଧୀରେ ଧୀରେ ସ୍ୱୀକାର କଲେଣି ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ନେତା । ସେମାନଙ୍କ ମଧ୍ୟରୁ ବୈଜୟନ୍ତ ପଣ୍ଡା ଅନ୍ୟତମ ।

ରାଜ୍ୟ ବଜେପି ରେ କଣଠେସା ହୋଇ ଅଣନିଶ୍ୱାସୀ ହୋଇପଡିଲେଣି ବୈଜୟନ୍ତ । କ’ଣ କରିବେ, ବୈଜୟନ୍ତ ଙ୍କ ଅକଲ ଗୁଡୁମ ହେଲାଣି ।” ବିଜେଡିର ଥିଲି ଭଲରେ ଥିଲି । କାହିଁକି ଶତ୍ରୁ ହେଲି । ଯଦିବି ଶତ୍ରୁ ହେଲି କାହିଁକି ବିଜେପି କୁ ବିଶ୍ଵାସ କରି ପଦ୍ମ ଧରିଲି । ପଦ୍ମ ଧରି ମସ୍ତବଡ ଭୁଲ କରିଦେଲି । ସେହିଭଳି ଅନେକ ପଶ୍ଚାତାପ ଅଗ୍ନିରେ ଜଳୁଛନ୍ତି ବୈଜୟନ୍ତ” । ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ପରେ ବିଜେଡିକୁ ଫେରିବାକୁ ବୈଜୟନ୍ତ ଖୋଜୁଛନ୍ତି ବାଟ ।

 

 

Leave a comment