ଏଥର ମହାପ୍ରଭୁଙ୍କ ବାହୁଡା ହେବ ଚନ୍ଦନଯାତ୍ରା, ରଥ ରେ ନୁହେଁ ମହାପ୍ରଭୁ ଆସିବେ ବୋଟ ରେ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ମାତ୍ର ଏଥର ମହାପ୍ରଭୁ ବହୁଡିବେ ରଥରେ ନୁହେଁ ବୋଟ ରେ । ଗତକାଲିଠାରୁ ହେଉଥିବା ଲଗାଣ ବର୍ଷାରେ ପୁରୀ ବଡ଼ଦାଣ୍ଡରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଲେଖାଏଁ ପାଣି । ପାଣିପାଗ ବିଭାଗ ର ସୂଚନା ଅନୁସାରେ ଆହୁରି ୪୮ଘଣ୍ଟା ବର୍ଷା ହେବ । ଯଦି ଏହିପରି ବର୍ଷା ଲାଗିରହେ ତେବେ ବଡ଼ଦାଣ୍ଡ ରୁ ଜଳ ନିଷ୍କାସନ ସମ୍ଭବପର ହୋଇପାରିବ ନାହିଁ । ତେବେ ତିନିଠାକୁର ଙ୍କ ପହଣ୍ଡି ହେବ କିପରି ? ରଥଟଣା ହେବ କିପରି ? ଏହାକୁ ନେଇ ଭକ୍ତଙ୍କ ମନରେ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ଲୋକ ଚର୍ଚ୍ଚା କରୁଛନ୍ତି କି ଏଥର ଜଗନ୍ନାଥ ରଥରେ ନୁହେଁ ବହୁଡିବେ ବୋଟରେ ସେପୁଣି ଓଡ୍ରାଫ୍ଟ ଟିମ ସହାୟତାରେ । ତେବେ ନବୀନ ବାବୁଙ୍କ ୧୮ବର୍ଷ ଶାସନ କାଳ ଭିତରେ ସେ ଅନେକ ଉର୍ଲେଖନିୟ କାର୍ଯ୍ୟ କରିଛନ୍ତି । ଏଥର ର ବାହୁଡା ମଧ୍ୟ ତାଙ୍କର ଏକ ନୂତନ ଉପଲବ୍ଧି ହେବ, ଯାହାକି ତାଙ୍କ ପାଇଁ ଏକ ସ୍ମୃତି ହୋଇ ରହିଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

Leave a comment