ଶ୍ରୀମନ୍ଦିର ଅଭିମୁଖେ ରଥ, ପଥ ପ୍ରସ୍ତୁତ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଲିର ବାହୁଡ଼ା ଯାତ୍ରାର ପ୍ରସ୍ତୁତି ସମ୍ୱନ୍ଧରେ ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା କ୍ରିଷନ କୁମାର କହିଛନ୍ତି, ବାହୁଡା ଯାତ୍ରାର ପ୍ରାୟତଃ ସମସ୍ତ କାର୍ଯ୍ୟ ଶେଷ ହୋଇସାରିଛି । ଚାରମାଳ ବନ୍ଧାହେବା ଠାରୁ ଆରମ୍ଭ କରି ସେନାପଟା ସହିତ ଅନ୍ୟାନ୍ୟ ନୀତିକାନ୍ତି ଠିକ ସମୟରେ ସମାପନ ହେବ । ଆସନ୍ତା କଲି ସକାଳ ୪ଟା ବେଳକୁ ମଙ୍ଗଳ ଆଳତି ରୁ ବାହୁଡ଼ା ର ନୀତିକାନ୍ତି ଆରମ୍ଭ ହେବ । ନିର୍ଧାରିତ ସମୟ ପୂର୍ବରୁ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ ହେବା ନେଇ ଆମେ ଆଶାବାଦୀ ।
ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା କାଲି ଟାଣ ଖରା ହେବାର ସୂଚନା ଥିବାରୁ ରଥ ଟାଣିବା ସମୟରେ ସେବାୟତ ଏବଂ ପୋଲିସ କର୍ମଚାରୀ ଙ୍କ ଉପରେ ପାଣି ଛିଞ୍ଚିବାର ବ୍ୟବସ୍ଥା ସହିତ ବୋତଲ ପିଇବା ପାଣି ବ୍ୟବସ୍ଥା କରାଯାଇଛି । ମନ୍ଦିର ଖୋଲିବା ଉପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଡା କୁମାର କହିଥିଲେ, ଅଗଷ୍ଟ ମାସରେ ଛତିସା ନିଯୋଗ ବୈଠକ ପରେ ମନ୍ଦିର ଖୋଲିବା ଉପରେ ଆଲୋଚନା କରାଯିବା ।