ସିଂହଦ୍ୱାର ନିକଟରେ ତିନି ରଥ
ସିଂହଦ୍ବାରରେ ପହଁଚିଲେ ଶ୍ରୀଜିଉ। ନବଦିନାତ୍ମକ ଯାତ୍ରା ଶେଷ କରି ଶେଷରେ ସିଂହଦ୍ୱାରରେ ପହଁଚିଛନ୍ତି ଭାଇ-ଉଭଣୀ। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପ୍ରଥମେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାର ନିକଟରେ ପହଁଚିଛି।
ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରା ସମେତ ଅନ୍ୟାନ୍ୟ ନୀତିକାନ୍ତି ଶେଷ ହେବା ପରେ ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଅପରାହ୍ନ ପ୍ରାୟ ୧ଟାରେ ଗୁଣ୍ଡିଚା ମନ୍ଦିରରୁ ଗୋଟିଏ ପରେ ଗୋଟିଏ ତିନି ରଥକୁ ଟାଣି ନିଆଯାଇଥିଲା।
ଅପରାହ୍ନ ପ୍ରାୟ ୧ଟାରେ ତାଳଧ୍ୱଜ ରଥକୁ ଶ୍ରୀମନ୍ଦିର ଅଭିମୁଖେ ଟାଣିବା ପରେ ଦର୍ପଦଳନ ରଥ ଓ ନନ୍ଦିଘୋଷ ରଥକୁ ଟାଣି ନିଆଯାଇଥିଲା।
ଗୃହ ଅଭିମୁଖେ ଯାତ୍ରା ସମୟରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷା ମାଉସୀ ମା’ ମନ୍ଦିରରେ କିଛି ସମୟ ରହଣି କରିବା ପରେ ତାଙ୍କ ରଥ ଉପରେ ପୋଡା ପିଠା ଅର୍ପଣ କରାଯାଇଥିଲା।
ପୂର୍ବାହ୍ନ ପ୍ରାୟ ୮ଟା ୨୦ ମିନିଟରେ ପ୍ରଭୁ ସୁଦର୍ଶନଙ୍କୁ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ନିକଟକୁ ନିଆଯିବା ପରେ ଆରମ୍ଭ ହୋଇଥିବା ପହଣ୍ଡି ଶୋଭାଯାତ୍ରାରେ ଗୁଣ୍ଡିଚା ମନ୍ଦିରରୁ ଦେବଦେବୀଙ୍କୁ ସେମାନଙ୍କ ରଥକୁ ଅଣାଯାଇଛି।
ସକାଳ ପ୍ରାୟ ୮ଟା ୫୦ରେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହେବା ପରେ ୯ଟାରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା। ସକାଳ ପ୍ରାୟ ସାଢ଼େ ୯ଟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା।
ବାହୁଡା ଯାତ୍ରା ଦେଖିବା ପାଇଁ ଦେଶ ବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଶ୍ରୀମନ୍ଦିର ଆଗରେ ପହଞ୍ଚିବା ପରେ ତିନି ଦେବାଦେବୀ ଆଜି ରଥ ଉପରେ ରାତ୍ରିଯାପନ କରିବେ ଯେଉଁଠାରେ ସମସ୍ତ ରୀତିନୀତି ସମ୍ପନ୍ନ ହେବ। ଆସନ୍ତାକାଲି ଭକ୍ତଙ୍କ ଦର୍ଶନ ପାଇଁ ସେମାନେ ସୁନାବେଶରେ ଦର୍ଶନ ଦେବେ।
ଜୁନ୍ ୩୦ ତାରିଖରେ ‘ଅଧର ପଣା’ ବିଧି ପରେ, ଦେବାଦେବୀମାନେ ‘ନୀଳାଦ୍ରି ବିଜେ’ରେ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିବେ, ଯାହା ଜୁଲାଇ ୧ ତାରିଖରେ ରଥଯାତ୍ରା ଉତ୍ସବର ଶେଷ ଦିନ ହେବ।