ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି
ଆଜି ପବିତ୍ର ବାହୁଡ଼ା ଯାତ୍ରା। ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ନିର୍ଦ୍ଧାରିତ ସମୟର ୪ ଘଣ୍ଟା ଆଗରୁ ହେଲା ପହଣ୍ଡି ବିଜେ। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରି ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରାଯାଇଥିଲା। ଏହା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଆସି ତାଳଧ୍ଵଜ ରଥରେ ରଥାରୁଢ ହୋଇଛନ୍ତି ।
ଏହାପରେ ଦର୍ପଦଳନରେ ମା ସୁଭଦ୍ରା ରଥାରୁଢ ହୋଇଛନ୍ତି। ଶେଷରେ ଗହଳି ଲଗାଇ ଜଗତ ଠାକୁର କାଳିଆ ସାଆନ୍ତ ନନ୍ଦିଘୋଷରେ ରଥାରୁଢ ହୋଇଛନ୍ତି। ଘଣ୍ଟ, ଘଣ୍ଟା, କାହାଳୀ ନାଦରେ ବଡ଼ଦାଣ୍ଡ ଫାଟି ପଡୁଛି। ହରିବୋଲ ହୁଳହୁଳିରେ ପ୍ରମ୍ପିତ ହେଉଛି ଗଗନ ପବନ। ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ।