ବାସ୍ତୁଶାସ୍ତ୍ର ରେ ଶୋଇବା ଘରେ କଣ କଲେ ପରିବାରକୁ ଧନ ଓ ଶାନ୍ତି ମିଳିବ ଜାଣନ୍ତୁ

0

ସମାଜରେ ହିନ୍ଦୁ ମାନଙ୍କ ପାଇଁ ଗୋଟିଏ ଶାସ୍ତ୍ର ରହିଛି। ଯେ କୌଣସି କାମ କରିବା ପାଇଁ ହେଲେ ତାର ଉପଯୁକ୍ତ ସମୟ ରହିଥାଏ। ଯାହା ଦ୍ଵାରା କାର୍ଯ୍ୟ ର ଶୁଭ ଫଳ ମିଳିଥାଏ। ନଚେତ୍ ଏହାର ଏକ ଭୟାନକ ପରିଣାମ ମିଳିଥାଏ। ଶାସ୍ତ୍ର ଅନୁସାରେ , ଗୃହର ଶୋଇବା ଘରର ସ୍ଥାନ ଏକ ଗୁରୁତ୍ବପୂର୍ଣ୍ଣ ମହତ୍ତ୍ୱ ରଖିଥାଏ। ତେଣୁ ସବୁ ଦୃଷ୍ଟିରୁ ବିଚାର କରି ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ଘରର ପରିକଳ୍ପନା କରିବା ଉଚିତ୍।ମଣିଷ ଯେତେ ବେଳେ ସାରା ଦିନ ବାହାରେ ପରିଶ୍ରମ କରି ଘର କୁ ଫେରେ ବିଶ୍ରାମ ନିଏ, କିଛି ସମୟ ଶାନ୍ତି ରେ କାଟିବା ପାଇଁ, ଓ ଶୋଇବା ପାଇଁ। ମନ ରେ ଶାନ୍ତି, ପରିବାର ରେ ଆନନ୍ଦ ରେ ରହିବା ପାଇଁ , ନିଦ ଠିକ୍ ରହିବା, ଓ ଶରୀର ସୁସ୍ଥ ରହିବା ଉପରେ ଶୋଇବା ଘର ର ଅନେକ ପ୍ରଭାବ ପଡ଼ିଥାଏ। ତେଣୁ ଶୋଇବା ଘର କେଉଁ ଦିଗ ରେ ହେବା ଉଚିତ୍ ? ଯାହା ଦ୍ଵାରା ଘର ଉପରେ ଶୁଭ ଫଳ ମିଳିଥାଏ କି ନାହିଁ ଜଣାପଡ଼ିଥାଏ।

ପରିବାରର ଯିଏ ମୁଖ୍ୟ ବା ମୁରବୀ ଅଟେ ତାଙ୍କର ଶୋଇବା ଘର ଗୃହର ଦକ୍ଷିଣ ପଶ୍ଚିମ ଦିଗ ବା ନୈରତ କୋଣ ରେ ହେବା ଦରକାର। ଯଦି ଘର ଏକ ମହଲାରୁ ଅଧିକ ତେବେ ତାଙ୍କ ଶୋଇବା ଘର ଉପର ମହଲାରେ ସେହି କୋଣ ରେ ହେବା ଉଚିତ୍। ଯଦି ଏହି କୋଠରୀ ରେ ଛୋଟପିଲା କିମ୍ବା ଚାକର ରୁହନ୍ତି ତେବେ ସେ ଅବାଧ୍ୟ ଓ ଓମାନିଆ ହୁଏ ଓ କଳହ ହୁଏ।
ଶୋଇବା ଘର ସବୁଠୁ ଉତ୍ତର ପୂର୍ବ ଦିଗ ବା ଐଶାନ୍ୟ କୋଣରେ ହେଲେ କୋଠରୀ ରେ ଶୋଉଥିବା ବ୍ୟକ୍ତି ଦୁର୍ବଳ ହେବା ସହ ଅସ୍ଥିରମନା ଚଞ୍ଚଳ ସ୍ୱଭାବ ର ହୋଇଥାଏ।

ପୂର୍ବ ଦିଗରେ ପିଲାଙ୍କ ଶୋଇବା ଘର ହେବା ଉଚିତ୍। ପିଲାଙ୍କ ପଢ଼ା ଘର ଐଶାନ୍ୟ କୋଣ କୁ ଲାଗି ଉତ୍ତର ଦିଗକୁ କରିବା ଉଚିତ୍।

ଶୋଇବା ଘର ର ଥାକ, ବାକ୍ସ, ଆଲମିରା , କାନ୍ଥ ଆଲମିରା ଘରର ଦକ୍ଷିଣ ପଶ୍ଚିମ ଦିଗ ରେ ହେବା ଉଚିତ୍।

ଶୋଇବା ଘରରେ ଯଦି ଟିଭି ବା ରୁମ ହିଟର ବା ଅନ୍ୟ କିଛି ଇଲେକଟ୍ରିକ ଜିନିଷ ରଖୁଛନ୍ତି, ତେବେ ଏହାକୁ ଘରର ଦକ୍ଷିଣ ପୂର୍ବ ବା ଆଗ୍ନେୟ କୋଣରେ ରଖନ୍ତୁ।
ଶୋଇବା ଘରର ଖଟ, ବେଡ଼୍, ଗଦି ଘରର ଦକ୍ଷିଣ ପଶ୍ଚିମ ପାଖକୁ ରହିବା ଭଲ ଯେମିତି ଘରର ଉତ୍ତର ପୂର୍ବ ପାଖକୁ ବେଶି ଖାଲି ସ୍ଥାନ ରହିବ। ଖଟ କାନ୍ଥ ନ ଲାଗିବା ଉଚିତ।
ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଧନ , ସମ୍ପଦ ପ୍ରାପ୍ତ ହୁଏ । ବ୍ୟବସାୟୀମାନେ ଏହି ଦିଗକୁ ମୁଣ୍ଡ କରି ଶୋଇଲେ ସୁଖନିଦ୍ରା, ମାନସିକ ଶାନ୍ତି ଭାଗବତ ବିଶ୍ୱାସ ଲାଭ ସମସ୍ତେ ଏହି ଦିଗକୁ ମୁଣ୍ଡ କରି ଶୋଇ ପାରିବେ।

Leave a comment