ମଧ୍ୟବିତ୍ତ ପରିବାରଙ୍କୁ ସହଯୋଗର ହାତ ବଢାଇଲେ ନେତାଜୀ ଯୁବକ ସଂଘ, ବାଣ୍ଟିଲେ ମାସ୍କ ଓ ଶୁଖିଲା ଖାଦ୍ଯ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମହାମାରୀର ସଂକ୍ରମଣ ରୋକିବାକୁ ସମଗ୍ର ଭାରତ ବର୍ଷରେ ଲକ ଡାଉନ କରାଯାଇଛି । ଏହି ଲକ ଡାଉନ ପାଇଁ ଗରିବ ଅସହାୟ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଯାଇଛି । ସେମାନଙ୍କ କଷ୍ଟ ଦୁର କରିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ମାତ୍ର ଏହି କରୋନା ମାଡ଼ରେ ମଧ୍ୟବିତ୍ତ ପରିବାରଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଯାଇଛି । ସେମାନେ ସମସ୍ତ ସରକାରୀ ସାହାଯ୍ୟରୁ ବଞ୍ଚିତ । ଏହିଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମଧ୍ୟବିତ୍ତ ପରିବାରଙ୍କୁ ସହଯୋଗର ହାତ ବଢାଇଛି ନେତାଜୀ ଯୁବକ ସଂଘ । କରୋନା (କୋଭିଡ-୧୯) ସଂକ୍ରମଣ ଜନିତ ପରିସ୍ଥିତିର ମୁକାବିଲା କରିବା ପାଇଁ ବଡଗଡ ନେତାଜୀ ଯୁବକ ସଂଘ ର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ସିଂହଙ୍କ ନେତୃତ୍ୱରେ ୱାର୍ଡ ନଂ-୫୭(ବଡଗଡ ବ୍ରୀଟ କଲୋନୀ) ରେ ମଧ୍ୟବିତ୍ତ ପରିବାରମାନଙ୍କୁ ମାସ୍କ ଓ ଶୁଖିଲା ଖାଦ୍ଯ ବଣ୍ଟନ କରାଯାଇଛି ।

ସେହିପରି ବଡଗଡ ନେତାଜୀ ଯୁବକ ସଂଘର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ସିଂହଙ୍କ ନେତୃତ୍ୱରେ ପୂର୍ବରୁ ଅନେକ ଥର ଅସହାୟ ତଥା ଆବଶ୍ଯକ ଥିବା ପରିବାରଙ୍କୁ ମାସ୍କ, ଶୁଖିଲା ଖାଦ୍ୟ, ଆଳୁ ଓ ପିଆଜ ବଣ୍ଟନ କରାଯାଇଥିଲା । ଏପରିକି ସଫେଇ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a comment