ଭୁଲରେ ବି ଅଧିକ ସମୟ ପର୍ଯ୍ୟନ୍ତ କରିବା କଥା ନୁହେଁ ଏହି ୪ ଟି କାମ, ନହେଲେ ସାରା ଜୀବନ ହେଇଯିବ ବର୍ବାଦ

ବିଷ୍ଣୁ ପୂରଣ ଅନୁସାରେ କିଛି ଏମିତି କଥା ଅଛି ଯାହାକୁ ପାଳନ କଲେ ଜୀବନରେ ସୁଖ ମିଳିଥାଏ । ଏହି ପୁରାଣକୁ ଶ୍ରୀ ପରାଶର ମୁନି ଲେଖିଛନ୍ତି ।ଏଥିରେ ଦେବୀ ଦେବତାଙ୍କଠାରୁ ଆରମ୍ଭ କରି ଭୂତକାଳ ଓ ଭବିଷ୍ୟତବାଣୀ ରହିଛି । ଋଷିବର ବିଷ୍ଣୁ ପୁରାଣରେ ଏମିତି କିଛି ନିୟମ ଉଲ୍ଲେଖ କରିଛନ୍ତି ।ଯାହା ସମସ୍ତେ ପାଳନ କରିବା ଉଚିତ । ଏହି ପୁରାଣରେ ଏମିତି କିଛି କାମ ଅଛି ଯାହାକୁ ଅଧିକ ସମୟ ଯାଏ କରିବା ଉଚିତ ନୁହେଁ । ବିଷ୍ଣୁ ପୁରାଣ ଅନୁସାରେ ତଳେ ଦିଆଯାଇଥିବା କାମକୁ ଅଧିକ ସମୟ ଯ।ଏ କଲେ ନିଜର କ୍ଷତି ହୋଇଥାଏ । ତେବେ ଆସନ୍ତୁ ଏହି କାମ ବିଷୟରେ ଜାଣିବା ।
ସ୍ନାନ କରିବା – ବିଷ୍ଣୁ ପୂରଣ ଅନୁସାରେ ପ୍ରତ୍ୟକ ଦିନ ସ୍ନାନ କରିବା ଉଚିତ ।କିଛି ଲୋକଙ୍କର ଅଧିକ ସମୟ ପର୍ଯ୍ୟନ୍ତ ସ୍ନାନ କରିବାର ଅଭ୍ୟାସ ରହିଛି । ବିଷ୍ଣୁ ପୁରାଣ ଅନୁସାରେ ଅଧିକ ସମୟ ପର୍ଯ୍ୟନ୍ତ ସ୍ନାନ କରିବା ଉଚିତ ନୁହେଁ । ଯେଉମାନେ ଅଧିକ ସମୟ ସ୍ନାନ କରନ୍ତି ସେମାନେ ରୋଗରେ ପୀଡିତ ହୋଇଥାନ୍ତି ।ସକାଳ ସମୟଟା ଥଣ୍ଡା ରହୁଥିବାରୁ ଅଧିକ ସମୟ ଯାଏଁ ଗାଧୋଇବା ଉଚିତ ନୁହେଁ ।
ଶୋଇବା – ବିଷ୍ଣୁ ପୁରାଣ ଅନୁସାରେ ଅଧିକା ସମୟ ଯାଏଁ ଶୋଇବା ଉଚିତ ନୁହେଁ । ମଣିଷ ପ୍ରତେକ ଦିନ ୭ରୁ ୮ଘଣ୍ଟା ଶୋଇବା ଦରକାର । କିନ୍ତୁ ଏହି ସମୟରୁ ଅଧିକ ସମୟ ଶୋଉଥିବା ଲୋକ ରୋଗର ଶିକାର ହୋଇଥାନ୍ତି । ଅଧିକ ସମୟ ଶୋଇ ରହିଲେ ମଣିଷ ମୋଟା ହୋଇଯାଏ । ସେଥିପାଇଁ ଅଧିକ ସମୟ ଯାଏ ଶୋଇବାର ଅଭ୍ୟାସକୁ ବର୍ଜନ କରନ୍ତୁ ।
ବ୍ୟାୟାମ – ଅଧିକ ବ୍ୟାୟାମ କଲେ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।ବିଷ୍ଣୁ ପୁରାଣ ଅନୁସାରେ ଯେଉଁମାନେ ଅଧିକ ସମୟ ବ୍ୟାୟାମ କରନ୍ତି ସେମାନଙ୍କ ଶରୀର ଉପରେ ପ୍ରଭାବ ପଡିଥାଏ । ଅଧିକ ସମୟ ବ୍ୟାୟାମ କଲେ ଥକା ଲାଗେ । ଶରୀରରେ ପୀଡା ଅନୁଭବ ହୋଇଥାଏ । ତା ହେଲେ ବନ୍ଧୁଗଣ ଏହି ସବୁ କାର୍ଯ୍ୟ ଗୁଡିକୁ ଅଧିକ ସମୟ ପର୍ଯ୍ୟନ୍ତ କରିବା ଉଚିତ ନୁହେଁ । ତେଣୁ ଆପଣ ମାନେ ମଧ୍ୟ ଏହି ସବୁ କାର୍ଯ୍ୟ ଗୁଡିକୁ ଅଧିକ ସମୟ ପର୍ଯ୍ୟନ୍ତ କରନ୍ତୁ ନାହିଁ ।