ବିଜେଡିରୁ ଯୁବନେତା ବାବୁ ସିଂ ଙ୍କ ଇସ୍ତଫା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡିରୁ ଇସ୍ତଫା ଦେଲେ ବାବୁ ସିଂ । ବାବୁ ସିଂ ଭୁବନେଶ୍ୱର ବିଜୁ ଜନତା ଦଳର ଭୁବନେଶ୍ୱର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଉ ଥିଲେ ।

ସୂଚନା ଅନୁଯାୟୀ, ଆଜି ବାବୁ ସିଂ ବିଜେଡି ଦଳୀୟ ପ୍ୟାଡ଼ରେ ନିଜ ଇସ୍ତଫା ପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି । ବାବୁ ନିଜ ପଦରୁ ଇସ୍ତଫା ଦେବା ସହ ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି । ମାତ୍ର ସେ କେଉଁ କାରଣରୁ ଇସ୍ତଫା ଦେଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାନ୍ତି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବାବୁ ସିଂ ବିଜେପିରେ ଯୋଗଦାନ କରିବେ ବୋଲି ଜଣାପଡିଛି । ବିଜେପିରୁ ବାବୁଙ୍କୁ ପୂର୍ବରୁ ନିମନ୍ତ୍ରଣ କରାଯାଇଥିଲା । ଯଦି ସବୁ କିଛି ଠିକ ରୁହେ ତେବେ ଭୁବନେଶ୍ୱର ଏକାମ୍ର ରୁ ତାଙ୍କୁ ଲଢ଼ିବା ସୁଯୋଗ ମିଳିବ । ତେବେ ଏଥର ଏକାମ୍ର ରେ ବିଜେଡି ଓ ବିଜେପି ଲଢ଼େଇ ଜୋରଦାର ହେବ ।

Leave a comment