ବଜେପିରେ ଯୋଗ ଦେଲେ ବାବୁ ସିଂ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶିଶୁଭବନ ଛକରୁ ଆଜି ଏକ ବିଶାଳ ବାଇକ ରାଲିରେ ବାବୁ ସିଂ ଆସି ରାଜ୍ୟ ବଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ସ୍ବାଗତ କରଗଲାପରେ ମିଶ୍ରଣ ପର୍ବ ଆରମ୍ଭ ହୋଇଥିଲା । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, କନକବର୍ଦ୍ଧନ ସିଂଦେଓ, ଅପରାଜିତା ଶାଢଙ୍ଗୀ, ବୈଜୟନ୍ତ ପଣ୍ଡା ଓ ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ । ଗତ ୯ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ବାବୁ ସିଂ । ସେ ବିଜେପିରେ ଯୋଗଦେବାକୁ ନେଇ ହେଉଥିବା ଚର୍ଚ୍ଚା ଆଜି ସତ ହୋଇଛି । ରାଜ୍ୟରେ ବିଜେଡିକୁ ମାତ ଦେବାକୁ ଫୁଲ ଦମ ଲଗାଇବା ଆରମ୍ଭ କରିଦେଲାଣି ବିଜେପି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଥିବା ଅସନ୍ତୁଷ୍ଟଙ୍କୁ ଏକାଠିକରି ବିଜେପି ତିଆରି କରିବାରେ ଲାଗିଛି ବିପକ୍ଷସେନା ।

ସୂଚନା ଅନୁଯାୟୀ, ବିଜେଡିରୁ ଇସ୍ତଫା ଦେବା ପୂର୍ବରୁ ଭୁବନେଶ୍ୱର ବିଜୁ ଜନତା ଦଳର ଭୁବନେଶ୍ୱର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଉ ଥିଲେ ବାବୁ ସିଂ। ବାବୁ ବିଜୁ ଜନତା ଦଳରେ ଆରମ୍ଭରୁ ଜଡିତ ଥିଲେ । ମାତ୍ର ଦଳରେ ତାଙ୍କ ପ୍ରତି ଅବହେଳା କରାଯାଇଥିବାରୁ ସେ ବିଜେଡି ରୁ ଇସ୍ତଫା ଦେଇଥିବା ସ୍ୱୀକାର କରିଥିଲେ । ଭୁବନେଶ୍ୱର ଏକାମ୍ର ରୁ ବିଜେପି ତାଙ୍କୁ ଲଢ଼ିବା ସୁଯୋଗ ଦେବା ପ୍ରାୟତଃ ସ୍ପଷ୍ଟ । ଏହାକୁ ନେଇ ବିଜେଡ଼ି ପ୍ରାର୍ଥୀ ଅଶୋକ ପଣ୍ଡା ଆଶଙ୍କାରେ । ତେବେ ଏଥର ଏକାମ୍ର ରେ ଅଶୋକ ଚନ୍ଦ୍ର ପଣ୍ଡା ଓ ବାବୁ ସିଂ ଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହେବ ବୋଲି ରାଜନୈତିକ ବିଶେଷଜ୍ଞ ଚର୍ଚ୍ଚା କରୁଛନ୍ତି ।

Leave a comment