ହାତୀ ଉପରେ ଯୋଗ କରୁଥିବା ବେଳେ ଖସି ପଡ଼ିଥିଲେ ବାବା ରାମଦେବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହାତୀ ଉପରେ ଯୋଗ କରୁଥିବା ବେଳେ ଖସି ପଡ଼ିଥିଲେ ବାବା ରାମଦେବ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ରାମଦେବ ହାତୀ ଉପରେ ବସି ଯୋଗ କରୁଥିବାବେଳେ ଖସିପଡ଼ୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓଟି ମଥୁରାର ଏକ ଆଶ୍ରମର ବୋଲି ଜଣାଯାଇଛି। ଏଠାରେ ବାବା ଯୋଗ ଶିକ୍ଷା ଦେଉଥିଲେ। ରାମଦେବ ଯୋଗ ଶିଖାଉଥିବା ସମୟରେ ଆଶ୍ରମର ଗୁରୁ ଶରଣାନନ୍ଦ ମହାରାଜ ମଧ୍ୟ ଉପସ୍ଥିତ ଥିଲେ। ଯୋଗ କରିବାରେ ରାମଦେବ ମଜ୍ଜି ଯାଇଥିବା ବେଳେ ହଠାତ ହାତୀଟି ହଲଚଲ ହୋଇଥିଲା। ଫଳରେ ରାମଦେବ ଭାରସାମ୍ୟ ରକ୍ଷା କରି ନପାରି ହାତୀ ଉପରୁ ତଳକୁ ଖସି ପଡ଼ିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ସେ ତଳେ ପଡ଼ିଯିବା ସତ୍ତ୍ବେ ସଙ୍ଗେସଙ୍ଗେ ଛିଡ଼ା ହୋଇ ଆଗକୁ ଚାଲିଚାଲି ଯାଇଥିଲେ।

Leave a comment

You cannot copy content of this page