କ୍ଲିନିକାଲ ଇମ୍ୟୁନୋଲୋଜି ଆଣ୍ଡ ରିମାଟୋଲୋଜି ବିଭାଗ ପକ୍ଷରୁ ସଚେତନତା ରାଲି

ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ବିଶ୍ଵ ଲୁପସ ଦିବସ । ଏହି ଅବସରରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ କ୍ଲିନିକାଲ ଇମ୍ୟୁନୋଲୋଜି ଆଣ୍ଡ ରିମାଟୋଲୋଜି ବିଭାଗ ପକ୍ଷରୁ ସଚେତନତା ରାଲି ଆୟୋଜନ କରାଯାଇଥିଲା । ମାଷ୍ଟର କ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଯାଏ ରାଲି ଯାଇଥିଲା ।

ଏହି ରୋଗର ସିମ୍ବଳିକ୍ ରଙ୍ଗ ପର୍ପଲ୍ କଲର ଥିବାଯୋଗୁଁ ସମସ୍ତେ ପର୍ପଲ୍ କଲର ଛତା ଧରି ରାଲିରେ ଚାଲିଥିଲେ । ଲୁପସ୍ ରୋଗ କାହିଁକି ହୁଏ, ଏହାର କାରଣ କଣ ଓ ଏହାର ଚିକିତ୍ସା ବିଷୟରେ ଜନ ସାଧାରଣ ଙ୍କୁ ଅବଗତ କରାଇବା ରାଲିର ପ୍ରମୁଖ ଉଦ୍ଦେଶ୍ୟ ଥିଲା ।

ଲୁପଶ ରୋଗ ସାଧାରଣତଃ ମହିଳାମାନଙ୍କ କ୍ଷେତ୍ରରେ ଦେଖା ଯାଇଥାଏ । ଶରୀରର କୌଣସି ଅଙ୍ଗକୁ ଆକ୍ରମଣ କରିପାରେ ଏହି ରୋଗ । ୧୫ରୁ ୪୦ ବର୍ଷରୁ ଅଧିକ ମହିଳା ମାନଙ୍କ କ୍ଷେତ୍ରରେ ଆଣ୍ଠୁ ଗଣ୍ଠି ଦରଜ ହେବା, ମୁହଁ ଲାଲ ରଙ୍ଗର ପ୍ୟାଚ ପଡ଼ିବା, କିଡନୀ ଦୁର୍ବଳ ହେବା , ହାର୍ଟ ପ୍ରୋବେଲମ୍ ହେବା ଭଳି ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ । ତେଣୁ ଅଭିଜ୍ଞ ଡ଼ାକ୍ତରଙ୍କ ସହ ପରାମର୍ଶ ନେଇ ଏହାର ନିରାକରଣ କରିବାକୁ ଡ଼ାକ୍ତରମାନେ ପରାମର୍ଶ ଦେଇଛନ୍ତି ।

Leave a comment