ଅଷ୍ଟ୍ରେଲିୟ କ୍ରିକେଟ୍ ଖେଳାଳି ଶେନ୍ ୱାର୍ଣ୍ଣଙ୍କ ଦେହାନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୫୨ ବର୍ଷ ବୟସରେ ହୃଦଘାତରେ ଶେନ୍ ୱାର୍ଣ୍ଣଙ୍କ ପରଲୋକ ହୋଇଛି । ଥାଇଲାଣ୍ଡରେ ଶେନ ୱାର୍ଣ୍ଣଙ୍କ ମୃତ୍ୟୁ ହୋଇଛି । ୧୯ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ ଜୀବନୀରେ ଶେନ୍ ୱାର୍ଣ୍ଣ ବଲକୁ ନିଜ ଅଙ୍ଗୁଠିରେ ନଚାଇ ଥିଲେ । ନିକଟରେ ଇଂଲଣ୍ଡ କ୍ରିକେଟ ଟିମର ମୁଖ୍ୟ କୋଚ୍ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏବେ ଅଚାନକ ତାଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।
୧୯୬୯ ସେପ୍ଟେମ୍ବର ୧୩ରେ ଜନ୍ମ ହୋଇଥିଲେ ଶେନ୍ ୱାର୍ଣ୍ଣ । ୧୯୯୨ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ । ଦଶନ୍ଧି ଧରି କ୍ରିକେଟର ସବୁ ଫର୍ମାଟରେ ଥିଲା ତାଙ୍କ ଦବଦବା । ବଡ଼ ବଡ଼ ବ୍ୟାଟ୍ସମ୍ୟାନ ତାଙ୍କ ବଲ ଆଗରେ ଫେଲ୍ ମାରୁଥିଲେ । ଦୁନିଆର ସବୁଠୁ ଭଲ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ ଥିଲେ ଶେନ୍ ୱାର୍ଣ୍ଣ ।