ଏହି ଖାସ୍‌ ଗୁଣ ଥାଏ ଅଗଷ୍ଟରେ ଜନ୍ମିତ ଲୋକଙ୍କର, ପଢ଼ନ୍ତୁ

0

ହିନ୍ଦୁଧର୍ମ ଶାସ୍ତ୍ର ଅନୁସାରେ ମାସ, ସମୟ, ନକ୍ଷତ୍ର ଏବଂ ଗ୍ରହ ମାନବ ଜୀବନକୁ ପ୍ରଭାବିତ କରିଥାଏ। ଏଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଆମ ଜନ୍ମ ମାସ। ଜନ୍ମ ମାସ ସବୁ ବ୍ୟକ୍ତିଙ୍କ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇଥାଏ। ଏବେ ଅଗଷ୍ଟ ମାସ ଚାଲୁଛି ତେଣୁ ଆଜି ଆମେ ଜଣାଇବୁ ଅଗଷ୍ଟ ମାସରେ ଜନ୍ମିତ ବ୍ୟକ୍ତିଙ୍କର କିଛି ଖାସ୍‌ ଗୁଣ ବିଷୟରେ। ଅଗଷ୍ଟ ମାସରେ ଜନ୍ମିତ ଲୋକ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି। ଏମାନେ ସବୁ କାମ ବହୁତ ଦାୟିତ୍ୱର ସହ କରିଥାନ୍ତି। ନିଜ ଆଖପାଖର ଲୋକଙ୍କ ଠାରେ ବି ଏମିତି ଗୁଣ ରହିବା ଏମାନେ ଆଶା ରଖିଥାନ୍ତି।
ଏହି ମାସରେ ଜନ୍ମିତ ଲୋକଙ୍କୁ ନିଜ ପ୍ରଶଂସା ଶୁଣିବାକୁ ଭଲ ଲାଗିଥାଏ। କେବେ କେବେ ତ ଏମାନେ ନିଜ ପ୍ରଶଂସା ନିଜେ କରିବାକୁ ଲାଗନ୍ତି।
ଏମାନେ ନିଜ ଇମୋସନକୁ କଣ୍ଟ୍ରୋଲ ରଖିବା ବହୁତ ଭଲଭାବେ ଜାଣନ୍ତି। ଏଥିପାଇଁ ହୃଦୟରୁ ନୁହେଁ ମାଇଣ୍ଡରୁ ଏମାନେ ନିଷ୍ପତ୍ତି ନେଇଥାନ୍ତି।
ଏମାନଙ୍କ ଜୀବନରେ ଅନେକ ପ୍ରକାର ଘାତ ପ୍ରତିଘାତ ଆସିଥାଏ, କିନ୍ତୁ ଏମାନେ ହାର ମାନନ୍ତିନାହିଁ। ଯେକୌଣସି ମତେ ଏମାନେ ନିଜକୁ ମଜବୁତ୍‌ କରି ସମସ୍ୟାରୁ ବାହାରି ଆସନ୍ତି।
ଏହି ମାସରେ ଜନ୍ମିତ ଲୋକ ବହୁତ ଜଲଦି ଭଲ ପାଇ ବସନ୍ତି। କିନ୍ତୁ ନିଜର ଆଟିଚ୍ୟୁଡ୍‌ କାରଣରୁ ପ୍ରେମକୁ ପରିପ୍ରକାଶ କରିବାକୁ ଏମାନେ ସେତିକି ସମୟ ଲଗାନ୍ତି।
ଯଦି ଏମାନଙ୍କୁ ଭଲ କାମ କରିବା ପାଇଁ ସାହାରା ମିଳିଲାନି କିମ୍ବା ଏମାନଙ୍କ ପ୍ରେମ ଠାରୁ ୟାଙ୍କୁ ଅବହେଳା ଅନୁଭବ ହେଲା ତାହେଲେ ଏମାନେ ମନରୁ ଦୁର୍ବଳ ହୋଇପଡନ୍ତି।
ପ୍ରେମ ମାମଲାରେ ଏମାନେ ସାମାନ୍ୟ ଦ୍ୱାୟିତ୍ୱହୀନତା ହୋଇଥାନ୍ତି। ସେଥିପାଇଁ ଏମାନଙ୍କର ଗୋଟେ ରୁ ଅଧିକ ଅଫେୟାର ରହିଥାଏ।
ଏମାନେ ନିଜ ମର୍ଜିର ମାଲିକ ହୋଇଥାନ୍ତି। ଯଦି ଏମାନଙ୍କ ମନ ହେବ ତ ଏମାନଙ୍କ ଠାରୁ କିଛି ବି କରାଇପାରିବେ। ସେହିପରି ଯଦି ଏମାନଙ୍କ ମନ ନଥିବ ତାହେଲେ ଯେତେ ବି ଜରୁରୀ କାମ ଥାଉ ତାକୁ କରନ୍ତିନାହିଁ।
ଏମାନେ ସେଲ୍ଫ ମୋଟିଭେଟେଡ୍‌ ହୋଇଥାନ୍ତି। ନିଜ ରାସ୍ତା ନିଜେ ବାଛିଥାନ୍ତି। ଏହି କାରଣରୁ ଏମାନେ ସବୁ ଲୋକଙ୍କୁ ନିଜ ତଳେ ବୋଲି ଭାବନ୍ତି।
ଯଦି ଏମାନେ କୌଣସି ଚାକିରି କରିବେ ତାହେଲେ ବସ୍‌ ଭଳି ରହିବାକୁ ପସନ୍ଦ କରିଥାନ୍ତି।
ଅଗଷ୍ଟରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଟ୍ୟାଲେଣ୍ଟେଡ୍‌ ବା ପ୍ରତିଭାବାନ୍‌ ହୋଇଥାନ୍ତି। ଏମାନେ ଖାସ୍‌ କରି ଭଲ ବିଜନେସମ୍ୟାନ, ଇଞ୍ଜିନିୟର, ଟିଚର କିମ୍ବା କଳାକାର ହେବାକୁ ଇଚ୍ଛା ରଖିଥାନ୍ତି।

Leave a comment