ଅଗଷ୍ଟ ୨୭ ତାରିଖରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଗଷ୍ଟ ୨୭ ତାରିଖରେ ହେବ ଓଏଏସ୍ ପ୍ରିଲିମ୍ ପରୀକ୍ଷା। ଏ ନେଇ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦୁଇଟି ସିଟିଂରେ ପରୀକ୍ଷା ହେବ। ସକାଳ ୧୦ରୁ ୧୨ ଜିଏସ୍ ପ୍ରଥମ ପେପର ଓ ସାଢ଼େ ଗୋଟାଏରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଦ୍ୱିତୀୟ ପେପର ପରୀକ୍ଷା ହେବ। ଏଥିପାଇଁ ରାଜ୍ୟରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁର ଆଦି ୫ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି।
ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ଏହି ପରୀକ୍ଷାରେ ଅତିରିକ୍ତ ୪୦ ମିନିଟ ସମୟ ଦିଆଯିବ। ପରବର୍ତ୍ତୀ ସମୟରେ ଯୋଗ୍ୟ ପରୀକ୍ଷାର୍ଥୀଙ୍କ ପାଇଁ OPSC ୱେବସାଇଟ୍ରେ ଆଡ୍ମିଶନ ସାର୍ଟିଫିକେଟ୍ ଉପଲବ୍ଧହେବ ବୋଲି OPSC ପକ୍ଷରୁ କୁହାଯାଇଛି।