ଘରେ ପଶି କଟିଲେ ତଣ୍ଟି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘରେ ପଶି କଟିଲେ ତଣ୍ଟି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ ।
ସୂଚନା ଅନୁଯାୟୀ, ଢେଙ୍କାନାଳ ସହରର ମୀନାବଜାର ଅଞ୍ଚଳର ମଣ୍ଟୁ ପାତ୍ର ନାମକ ଘରେ ଥିବା ସମୟରେ ଦୁର୍ବୃତ୍ତ ତାଙ୍କ ଘରକୁ ପଶିଥିଲେ । କେହି କିଛି ବୁଝିବା ପୂର୍ବରୁ ଏକ ଧାରୁଆ ଅସ୍ତ୍ରରେ ମଣ୍ଟୁଙ୍କ ତଣ୍ଟି କଟିଦେଇଥିଲେ । ମଣ୍ଟୁଙ୍କ ପ୍ରବଳ ରକ୍ତସ୍ରାବ ହେବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମଣ୍ଟୁ ଜଣେ ସୁନା ଦୋକାନୀ ବୋଲି ଜଣାପଡିଛି । କିଏ ଏବଂ କେଉଁ କାରଣରୁ ତାଙ୍କର ହତ୍ୟା କରିଛି ଜଣାପଡିନାହିଁ । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି ।