ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ବଦାଳୁ ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସରପଞ୍ଚ ପ୍ରାର୍ଥୀଙ୍କୁ ଦୁର୍ବୁତ୍ତମାନେ ମାଡ଼ ମାରି ଗୁରୁତର କରିଦେଇଛନ୍ତି. ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସ୍କୁଟି ଯୋଗେ ବଦାଳୁ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥ ନୃସିଂହ ବାରିକ ତାଙ୍କ କ୍ରସରକୁ ଯାଉଥିଲା ବେଳେ ହଠାତ୍ ବଦାଳୁ ଘୋଡ଼ାଡିଆଁ ଛକରେ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ବାଇକ୍ ଆସି କିଛି ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ପିଟିବା ସହ ନିସ୍ତୁକ ମାଡ଼ ମାରିଥିଲେ ।
ସୂଚନାଯୋଗ୍ୟ ଯେ,ବଦାଳୁ ପଂଚାୟତରେ ନୃସିଂହଙ୍କୁ ମିଶାଇ ମୋଟ ତିନି ଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ଜଣାପଡିଛି । ଆକ୍ରମଣର ସଠିକ କାରଣ କଣ ଜଣ ନପଡିଥିଲେ ମଧ୍ୟ ନିର୍ବାଚନ ଯୋଗୁଁ ଅପରଗୋଷ୍ଠୀ ତାଙ୍କୁ ଆକ୍ରମଣ କରିଥାଇ ପାରନ୍ତି ବୋଲି ପ୍ରକାଶ କରିଛନ୍ତି ଆହତ ନୃସିଂହ। ମୋଟଙ୍ଗା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।