ରାୟଗଡାରେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍କଳ ଭାରତର ସଭାପତି ଖାରବେଳ ସ୍ୱାଇଁଙ୍କୁ ଶନିବାର ରାୟଗଡ଼ା ଜିଲ୍ଲାର କାଶୀପୁରରେ ଆକ୍ରମଣ ହୋଇଛି । ଖାରବେଳ ୨ଦିନିଆ ରାୟଗଡ଼ା ଗସ୍ତରେ ଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ଯୋଗଦେଇଥିଲେ । ଏହି ଗସ୍ତ ସମୟରେ ଖାରବେଳ ଗୁଣପୁର, ରାମନାଗୁଡ଼ା, ଟିକିରି ଏବଂ ରାୟଗଡ଼ାଠାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ଯୋଗଦେଇଥିଲେ । ତେବେ ଆଜି କାଶୀପୁରଠାରେ ଆୟୋଜିତ ସଭାରେ ଖାରବେଳ ଯୋଗଦେଇ ଦଳୀୟ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଉଥିବା ବେଳେ ଜଣେ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ସମୟର ଭିଡିଓ ସେ ନିଜ ଫେସ୍‌ବୁକ୍‌ ପେଜ୍‌ରେ ସେୟାର କରିଛନ୍ତି । ଏହି ଘଟଣାକୁ ସୋସିଆଲ ମିଡିଆରେ ନିନ୍ଦା କରାଯାଇଛି ।

ସୂଚନା ଅନୁଯାୟୀ, ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅଞ୍ଚଳରେ ଦଳୀୟ ସଭାରେ ଉଦବୋଧନ ଦେଉଥିବା ବେଳେ ଖାରବେଳଙ୍କୁ କେତେଜଣ ଆକ୍ରମଣ କରିଥିଲେ। ସେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ।

Leave a comment