ମହାରଥୀଙ୍କ ଫାର୍ମ ହାଉସରେ ଚଢାଉ ବେଳେ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିପିଲିରେ ନିର୍ବାଚନ ଫ୍ଲାଇଙ୍ଗ୍ ସ୍କ୍ବାଡ୍ ଏକ ଫାର୍ମହାଉସକୁ ଚଢ଼ାଉ ପାଇଁ ଯିବାବେଳେ ଆକ୍ରମଣ ଶିକାର ହୋଇଥିଲେ । ଏହି ଆକ୍ରମଣ ରେ ମାଜିଷ୍ଟ୍ରେଟ, ଫ୍ଲାଇଙ୍ଗସ୍କ୍ୱାର୍ଡ ଟିମର କ୍ୟାମେରାମ୍ୟାନ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, କାଲି ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସ୍‌ରେ କିଛି ଅନୈତିକ କାରବାର ହେଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଫାର୍ମହାଉସ ଉପରେ ଚଢାଉ କରିବାକୁ ଯାଇଥିଲେ । ସେଠାରେ ତାଙ୍କ ଟିମ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଫ୍ଲାଇଙ୍ଗ୍ ସ୍କ୍ବାଡ୍ ଅଫିସର ରବିନାରାୟଣ ପାତ୍ର,ଏ.ଏସ.ଆଇ ବିନୟ କୁମାର ଦାସ, ବିଡିଓ ସର୍ଭେଲାନ୍ସ ଟିମର ଭିଡିଓଗ୍ରାଫର ପୂର୍ଣ୍ଣଚନ୍ଦ୍ର ଦାସ ଓ ସୁଶାନ୍ତ ପ୍ରଧାନ ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁରୀ ଜିଲ୍ଲାପାଳ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛନ୍ତି ।

Leave a comment