ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ସାମ୍ବାଦିକଙ୍କୁ ଆକ୍ରମଣକରି ଭାଙ୍ଗିଦେଲେ କ୍ୟାମେରା । ପଞ୍ଚାୟତ ନିର୍ବାଚନ ଖବର ବେଳେ ଘଟିଛି ଏଭଳି ଅଭାବନୀୟ ପରିସ୍ଥିତି ।
ସୂଚନାଯୋଗ୍ୟ, ପୁରୀ ଜିଲ୍ଲା କଣାସରେ ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ ହୋଇଛି ।

ପଞ୍ଚାୟତ ନିର୍ବାଚନ ଖବର କଭ୍‌ରେଜ ବେଳେ ନ୍ୟୁଜ୍‌ ସେଭେନ୍‌ ଓ ନ୍ୟୁଜ୍‌ ୧୮ ପ୍ରତିନିଧିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ସାମ୍ବାଦିକଙ୍କ ବୁମ୍‌ ଛଡାଇ ନେବା ସହ କ୍ୟାମେରାକୁ ଭାଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ଏପିରିକି ସାମ୍ବାଦିକଙ୍କ ବ୍ୟାକ୍‌ପ୍ୟାକ୍‌ ମଧ୍ୟ ଛଡାଇନେଲେ ଦୁର୍ବୃତ୍ତ । ମାଡ଼ ମାରିବା ସହ ଗାଳିଗୁଲଜ କରିଛନ୍ତି କିଛି ନିଶାସକ୍ତ ଯୁବକ ।

Leave a comment