ଚଳନ୍ତା ବସ ଉପରକୁ ତୀର ମାଡ଼
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହରିଚନ୍ଦନପୁର ବ୍ଲକ ଦୈତାରି ଓଏମସି ଖଣିରେ ନିୟୋଜିତ ଠିକା କମ୍ପାନୀ କେସିସି ଷ୍ଟାଫ ବସ ଉପରକୁ ତୀରମାଡ଼ ହୋଇଛି । ଗତକାଲି ରାତିରେ ତିନି ରୁ ଚାରି ଜଣ ଦୁର୍ବୁତ୍ତ କମ୍ପାନୀ ବସ ଉପରକୁ ଆଖିବୁଜା ତୀର ମାଡ଼ କରିଥିଲେ । ଜଣେ ଠିକ ଶ୍ରମିକ ପେଟରେ ତୀର ପସିଯାଇଥିଲା ।
ଏହି ଆକ୍ରମଣରେ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ସୌଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତି ଯାଇଥିଲେ । ଆହତ ଶ୍ରମିକକୁ ଡୁବୁରୀ ଟାଟା ମେଡିକାଲରେ ଭର୍ତ୍ତି କରାଯାଇଛି ।