ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ, ବିଜେପି ନେତାଙ୍କୁ ଆକ୍ରମଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବ ବିବାଦକୁ ନେଇ ବିଜେପି ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଭଡ଼ାଟିଆ ଗୁଣ୍ଡା। ଅଭିଯୁକ୍ତଙ୍କ ଗିରଫଦାରୀ ଦାବି କରି ହଜାର ହଜାର ଲୋକ ଏକାଠି ହୋଇଛନ୍ତି। ତେବେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଛି। ଏନେଇ ଲୋକେ ଉତ୍ତେଜିତ ହୋଇ ଘର, ଗାଡ଼ି ଜାଳିଦେଇଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ ଘରକୁ ଚାରିପଟୁ ଘେରିଗଲେ। ପୁଲିସ କର୍ମଚାରୀ ଉପସ୍ଥିତ ଥିବା ସତ୍ତେ୍ୱ ଅଭିଯୁକ୍ତଙ୍କ ଗେଟ ଓ ପାଚେରି ଭାଙ୍ଗି ଭିତରକୁ ପଶିବା ସହ ଘର, ଗାଡ଼ି ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ। ଏପଟେ ଗୁରୁତର ବିଜେପି ନେତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ନେଇ ହୁଲସ୍ତୁଲ ହେଉଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ରଘୁପୁରା ପଞ୍ଚାୟତ ଅଞ୍ଚଳ।

Leave a comment

You cannot copy content of this page