ଫ୍ରିଜରେ ରଖନ୍ତୁ ନାହିଁ ଅଟା ଚକଟା, ନଚେତ୍ ଭୋଗିବେ ବଡ ସ୍ବାସ୍ଥ୍ୟ ସମସ୍ୟା

0

ଅଧିକାଂଶ ଘରେ ବଳକା ଚକଟା ଅଟା ଫ୍ରିଜରେ ରଖି ଦେଇଥାଆନ୍ତି। ସକାଳେ କମ ସମୟରେ ରୁଟି ପ୍ରସ୍ତୁତ କରିବା ପାଇଁ ବହୁ ଲୋକେ ଏହି ଉପାୟ ଆପଣାଇ ଥାଆନ୍ତି। ମାତ୍ର ଅଧିକାଂଶ ଲୋକେ ଏହା ଜାଣି ନଥାଆନ୍ତି,ଫ୍ରିଜରେ ଥିବା ବାସି ଚକଟା ଅଟାର ରୁଟି ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଇଥାଏ।

ବିଶେଷଜ୍ଞଙ୍କ ମତରେ ଫ୍ରିଜରେ ଚକଟା ଅଟା ରଖି ରୁଟି କଲେ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ। ପାଣିରେ ଚକଟା ଅଟାକୁ ତୁରନ୍ତ ବ୍ୟବହାର କରିବା ଉଚିତ। କାରଣ ଅଧିକ ସମୟ ପର୍ଯ୍ୟନ୍ତ ଅଟା ପାଣି ସଂସ୍ପର୍ଶରେ ଆସିବା ଦ୍ୱାରା ଏଥିରେ ଅନେକ ରାସାୟନିକ ପରିବର୍ତ୍ତନ ଘଟିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଏହାଦ୍ବାରା ଅନେକ ପ୍ରକାର ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ଆୟୁର୍ବେଦ ଅନୁଯାୟୀ,ଫ୍ରିଜରେ ଥିବା ଅଟାର ରୁଟି ସତେଜ ଅଟାର ରୁଟି ପରି ସ୍ଵାଦିଷ୍ଟ ହୋଇନଥାଏ। ତେଣୁ ସର୍ବଦା ସତେଜ ଅଟାରେ ରୁଟି ପ୍ରସ୍ତୁତ କରି ଖାଆନ୍ତୁ। ଫ୍ରିଜରେ ୬ ରୁ ୭ ଘଣ୍ଟା ମଧ୍ୟ ଅଟା ଚକଟା ରଖନ୍ତୁ ନାହିଁ।ଅଟାକୁ ଖାଲି କିମ୍ବା ଖୋଲା ସ୍ଥାନରେ ରଖନ୍ତୁ ନାହିଁ। ଏଥିରେ ଜୀବାଣୁ ମାତ୍ରା ବୃଦ୍ଧି ପାଇଥାଏ। ଫଳରେ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।ଫ୍ରିଜରେ ଥିବା ଚକଟା ଅଟାର ରୁଟି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା,ଗ୍ୟାଷ୍ଟ୍ରିକ,ବଦହଜମି ସମସ୍ୟା ଓ ଅନ୍ୟାନ୍ୟ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।ନିୟମିତ ଭାବେ ବାସି ଚକଟା ଅଟାର ରୁଟି ଖାଇବା ଦ୍ୱାରା ପାଚନ ଜନିତ ସମସ୍ୟା ସହ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହେବାରେ ଲାଗିଥାଏ। ଫଳରେ ବାରମ୍ବାର ରୋଗଗ୍ରସ୍ତ ହୋଇଥାଆନ୍ତି।

ଧାର୍ମିକ କାରଣ: ଶାସ୍ତ୍ରରେ କୁହାଯାଇଛି ଯେ ବାସି ଖାଦ୍ୟ ହେଉଛି ଭୂତର ଆହାର । ବିଶ୍ୱାସ ରହିଛି, ବଳିଥିବା ଚକଟା ଅଟାକୁ ଫ୍ରିଜରେ ରଖିଦେଲେ,ତାହା ପିଣ୍ଡ ଭଳି ହୋଇଯାଇଥାଏ । ଏହାକୁ ଭୂତ-ପ୍ରେତ ପିଣ୍ଡ ଭାବେ ଭକ୍ଷଣ କରିବା ପାଇଁ ଘରକୁ ଆସିଥାନ୍ତି । ଯେଉଁ ପରିବାରରେ ଏଭଳି ଅଭ୍ୟାସ ରହିଛି, ସେହିଘରେ ଲୋକେ କୌଣସି ନା କୌଣସି ରୋଗରେ ପୀଡ଼ିତ ହୋଇଥା’ନ୍ତି ଅଥବା ଆଳସ୍ୟର ଶିକାର ହୋଇଥା’ନ୍ତି । ଏହାସହ ସେହି ଘରେ ସର୍ବଦା ନକରାତ୍ମକ ପ୍ରଭାବ ରହିଥାଏ।ରୋଷେଇ ଘରେ ଚକଟା ଅଟା ରଖିଲେ ଶନି ଏବଂ ରାହୁଙ୍କର ନକାରାତ୍ମକ ପ୍ରଭାବ ପକାଇଥାଏ I ଯେଉଁ କାରଣରୁ ଜୀବନରେ ଅନେକ ପ୍ରକାରର ସମସ୍ୟା ଆସେ ଇ ତେଣୁ ଭୁଲ ରେ ମଧ୍ୟ ଚକଟା ଅଂଟାକୁ ଫ୍ରିଜ ରେ ରଖନ୍ତୁ ନାହିଁ I

Leave a comment