ଭାରତ ନିଜେ ଆତ୍ମନିର୍ଭର ହେଲେ ହିଁ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବ: ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ ନିଜେ ଆତ୍ମନିର୍ଭର ହେଲେ ହିଁ ବିଶ୍ୱର ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ମଙ୍ଗଳବାର ଇସ୍ପାତ ମନ୍ତ୍ରଣାଳୟ ଏବଂ ଫିକି ପକ୍ଷରୁ ଆୟୋଜିତ ୱେବିନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଘରୋଇ ଇସ୍ପାତ ବ୍ୟବହାର ବୃଦ୍ଧି ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରର ଇସ୍ପାତ ଆବଶ୍ୟକତା ପୂରଣ ପାଇଁ ଆମଦାନୀକୁ ହ୍ରାସ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି ।

ଆତ୍ମନିର୍ଭର ଭାରତ: ତୈଳ ଓ ଗ୍ୟାସ କ୍ଷେତ୍ରରେ ଘରୋଇ ଇସ୍ପାତ ବ୍ୟବହାରକୁ ତ୍ୱରାନ୍ୱିତ କରିବା ପ୍ରସଙ୍ଗ ଉପରେ ଆୟୋଜିତ ୱେବିନାରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଆତ୍ମନିର୍ଭର ଭାରତ ପାଇଁ ଭାରତୀୟ ଇସ୍ପାତ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଇସ୍ପାତର ଅଧିକ ବ୍ୟବହାର ହୋଇଥାଏ। ଏହି ପରିପ୍ରେକ୍ଷୀରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଅଭିବୃଦ୍ଧି ଓ ପୁଞ୍ଜି ବିନିଯୋଗ ହେଲେ ଇସ୍ପାତର ବ୍ୟବହାର ମଧ୍ୟ ବଢିବ । ଏହା ଦ୍ୱାରା ନିଯୁକ୍ତି ସୃଷ୍ଟି ହେବ ଓ ଘରୋଇ ଇସ୍ପାତର ଚାହିଦାରେ ମଧ୍ୟ ବୃଦ୍ଧି ଘଟିବ ।

Leave a comment