ଅର୍ଜୁନ ପୁରସ୍କାର ଦୌଡ଼ରେ ଦୂତି ଚାନ୍ଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଅର୍ଜୁନ ପୁରସ୍କାର ଦୌଡ଼ରେ ଦୂତି ଚାନ୍ଦ। ଓଡ଼ିଆ ଆଥ୍‌ଲେଟ୍‌ ଦୂତି ଚାନ୍ଦଙ୍କ ନାଁ ଅର୍ଜୁନ ପୁରସ୍କାର ଲାଗି ସୁପାରିସ କରିଛି ଏଏଫ୍‌ଆଇ। ଆଥ୍‌ଲେଟିକ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଦୂତିଙ୍କ ନାଁ ସୁପାରିଶ କରିଥିବା ଜଣାଯାଇଛି।
ପୂର୍ବରୁ ଏହି ପୁରସ୍କାର ପାଇଁ ରାଜ୍ୟ ସରକାର ଦୂତିଙ୍କ ନାଁ ସୁପାରିସ କରିଥିଲେ।
ଏଏଫ୍‌ଆଇ ଅର୍ଜୁନ ପୁରସ୍କାର ପାଇଁ ପୁରୁଷ ବର୍ଗରେ ଅର୍ପିନ୍ଦର ସିଂହ ଓ ମନଜିତ ସିଂହଙ୍କ ନାମ ମଧ୍ୟ ସୁପାରିସ କରିଛି। ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ରାଧାକ୍ରଷ୍ଣନ ନାୟାର, ଧ୍ୟାନଚାନ୍ଦ ପୁରସ୍କାର ପାଇଁ କୁଲଦୀପ ସିଂହ ଭୂଲାର ଓ ଜିନସି ଫିଲିପ, ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ନୀରଜ ଚ୍ରୋପାଙ୍କ ନାଁ ସୁପାରିସ କରିଛି ଏଏଫ୍‌ଆଇ।

Leave a comment