ଘାଟିରୁ ଖସିଲା ବସ , ୪୦ମୃତ ଓ ୨୦ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତେଲେଙ୍ଗାନାର କୋଣ୍ଡାଗଟ୍ଟୁ ଠାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ୪୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟ ପରିବହନ ବିଭାଗର ଏହି ବସ୍‌ଟି କୋଣ୍ଡାଗାଟୁରୁ ଜଗତିଆ ଆସୁଥିବା ବେଳେ ସାନିଭରାପେଟ୍‌ ଗାଁ ନିକଟରେ ଦିନ ପ୍ରାୟ ୧୧.୪୫ ରୁ ୧୨ଟା ମଧ୍ୟରେ ବସ ଡ୍ରାଇଭର ଅନ୍ୟମନସ୍କତାରୁ ଏକ ସ୍ପୀଡ ବ୍ରେକରରେ ସେ ବ୍ରେକ ନମାରିବାରୁ ବସ ଟି ଏକ ଅଟୋକୁ ଧକ୍କା ଦେବାରୁ ଗାଡିଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା । ଗାଡ଼ିରେ ୬୦ ଜଣ ଯାତ୍ରୀ ଥିଲେ ।ସେମାନଙ୍କ ମଧ୍ୟରୁ ୨୦ଜଣ ମହିଳା ଓ ୭ଜଣ ଶିଶୁଙ୍କୁ ମିଶାଇ ୪୦ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟ ୨୦ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାର ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲ ରେ ପହଞ୍ଚିଥିଲେ ।

ଏହି ଦୁଃଖଦ ଖବର ଶୁଣିବାପରେ ତେଲେଙ୍ଗାନାର ଅତିରିକ୍ତ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିବା ସହ ଆହତଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବ ବୋଲି ନିର୍ଦେଶ ଦେଇଛନ୍ତି ।

Leave a comment