ଆଜିଠାରୁ ଶୀତ ଅଧିବେଶନ । ସ୍ମିତାରାଣୀ ମୃତ୍ୟୁ ନେଇ ଗୃହ ଅଚଳ କରିବ ବିଜେପି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ବସିବ ବିଧାନସଭାର ଶୀତ ଅଧିବେଶନ । ଏହି ଅଧିବେଶନ ଆସନ୍ତା ଡିସେମ୍ବର ୧୯ ତାରିଖରେ ଶେଷହେବ । ଏହି ଅଧିବେଶନ କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀମଣ୍ଡଳ ବୈଠକ ବସିଥିଲା । ଏହି ଅଧିବେଶନର ୩୦ଦିନ କାର୍ଯ୍ୟ ଦିବସ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଆସିବ ସମ୍ଭାବନା ରହିଛି । ଆଜି ଅଧିବେଶନରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ଅତିରିକ୍ତ ବଜେଟ୍ ଉପରେ ନଭେମ୍ବର ୨୦, ୨୧,୨୨ରେ ଆଲୋଚନା ପରେ ୨୫ତାରିଖରେ ବ୍ୟୟମଞ୍ଜୁରୀ ବିଲ ଆସିବ ।
ଅପରପକ୍ଷରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭିଏଲଡବ୍ଲୁ ସ୍ମିତାରାଣୀ ରହସ୍ୟମୟ ମୃତ୍ୟୁକୁ ମୁଖ୍ୟ ପ୍ରସଙ୍ଗ କରି ବିଧାନସଭାକୁ ଅଚଳ କରିବାକୁ ପୂର୍ବରୁ ଚେତାବନୀ ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ ନାୟକ । ସେହିପରି କଂଗ୍ରେସ ଦୁର୍ନୀତି ଓ ଆଇନଶୃଙ୍ଖଳା କଥାକୁ ପ୍ରାଧାନ୍ୟ ଦେବା ବୋଲି ସ୍ଥିର କରିଥିବା ପ୍ରକାଶ କରିଛି ।
ସୂଚନା ଅନୁଯାୟୀ, ବିଧାନସଭାର ଶୀତ ଅଧିବେଶନରେ ଏଥର ପେପରଲେସ୍ ବିଧାନସଭା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏକ ଆପ୍ ମାଧ୍ୟମରେ ଗୃହର ସମସ୍ତ ପ୍ରଶ୍ନ ଓ ଉତ୍ତର ଦିଆଯିବ । ଖୁବଶୀଘ୍ର ବିଧାନସଭା ସମ୍ପୂର୍ଣ୍ଣ ୱାଇ ଫାଇ ହେବ ।