୨ୟ ଦିନରେ ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା; ୧୧.୩୦ଟା ଯାଏଁ ଗୃହ ମୁଲତବୀ

0

ଦ୍ବିତୀୟ ଦିନରେ ବି ନବ ଦାସ ହତ୍ୟା ତାତିକୁ ନେଇ ଗୃହରେ ବିରୋଧୀଙ୍କ ହାଲ୍ଲାବୋଲ୍ । ପ୍ଲା କାର୍ଡ ଧରି ପୋଡିୟମ ଆଗରେ ନାରାବାଜି କଲେ ବିରୋଧୀ ବିଜେପି ଓ କଂଗ୍ରେସ । ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ କଲେ ବାଚସ୍ପତି ।

ଗୃହ କାର୍ଯ୍ୟ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା ।ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେପି କଂଗ୍ରେସ ସଦସ୍ୟ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା ।

ସେହିପରି ବିଜେପି ସଦସ୍ୟ ପ୍ଲା କାର୍ଡ ଧରି ବିକ୍ଷୋଭ କରୁଛନ୍ତି । ବିଜେଡି ସଦସ୍ୟ ନିଜ ଆସନରେ ଛିଡା ହୋଇ କେନ୍ଦ୍ର ଅବହେଳାର ପ୍ଲା କାର୍ଡ ଧରି ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

Leave a comment

You cannot copy content of this page