ହଟ୍ଟଗୋଳ କାରଣରୁ ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି

0

ଆଜିଠୁ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଭିଭାଷଣ ରଖିଛନ୍ତି। କିନ୍ତୁ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ବିରୋଧୀ କକ୍ଷରେ ହଟ୍ଟଗୋଳ କରିଥିଲେ। କଂଗ୍ରେସ ସଦସ୍ୟମାନେ ପୋଡିୟମ ତଳେ ହଟ୍ଟଗୋଳ କରିଥିବା ବେଳେ ବିଜେପି ଦଳ କକ୍ଷ ତ୍ୟାଗ କରିଥିଲେ। କିଛି ସମୟ ପରେ କଂଗ୍ରେସ ମଧ୍ୟ କକ୍ଷ ତ୍ୟାଗ କରିଥିଲା।

ରାଜ୍ୟପାଳଙ୍କ ଅଭିଭାଷଣ ଶେଷ ହେବା ପରେ ଉଭୟ ବିରୋଧୀ ଦଳ ଶୋକ ପ୍ରସ୍ତାବ ପାଇଁ କକ୍ଷକୁ ଆସିଥିଲେ। ଶୋକ ପ୍ରସ୍ତାବ ପରେ ପୁଣି ଥରେ ବିରୋଧୀ ଦଳ କକ୍ଷରେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଯାହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି। ତେବେ ଆସନ୍ତାକାଲି ଗୃହ କାର୍ଯ୍ୟ ଆରମ୍ଭରୁ ପୁଣି ହଟ୍ଟଗୋଳ ହେବ ବୋଲି ସମ୍ଭାବନା ରହିଛି।

Leave a comment

You cannot copy content of this page