୪ଟା ଯାଏଁ ଗୃହ ମୁଲତବୀ

ବିଧାନସଭାରେ ଚିଟ୍ଫଣ୍ଡ ତାତି । ବିଜେପି ଓ କଂଗ୍ରେସର ସଦସ୍ୟଙ୍କ ହଟ୍ଟଗୋଳ ଲାଗି ଗୃହକୁ ପୁଣି ମୁଲତବୀ ରଖିଲେ ବାଚସ୍ପତି । ଅପରାହ୍ନ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।
ଖବର ଅନୁଯାୟୀ, ଚିଟଫଣ୍ଡ ପ୍ରସଙ୍ଗରେ ବିଜେପିର ମୁଲତବୀ ପ୍ରସ୍ତାବ ଅଗ୍ରାହ୍ୟ କରିଥିଲେ ବାଚସ୍ପତି ।
ଯାହାକୁ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଥିଲା । ବାଚସ୍ପତି କହିଥିଲେ କି, ଚିଟଫଣ୍ଡ ପ୍ରସଙ୍ଗ ହାଇକୋର୍ଟରେ ବିଚାରଧୀନ ରହିଛି । କମିଶନ ତଦନ୍ତ କରୁଛନ୍ତି । ଚିଟଫଣ୍ଡ ପ୍ରସଙ୍ଗ ବର୍ତ୍ତମାନର ବିଷୟବସ୍ତୁ ନୁହେଁ ତେଣୁ ଏହି ପ୍ରସଙ୍ଗରେ ମୁଲତବୀ ଆଲୋଚନା ହୋଇପାରିବ ନାହିଁ ।
କିନ୍ତୁ ବିଜେପି ନିଜ ଜିଦ୍ରେ ଅଟଳ ରହିଥିଲା । ଯାହାଫଳରେ ବାଚସ୍ପତି ପ୍ରଥମେ ବିଧାନସଭାକୁ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ । ଏହାପରେ ପୁଣି ୨୦ ମିନିଟ୍ ଯାଏଁ ମୁଲତବୀ ରଖିଥିଲେ । ତଥାପି ସଠିକ୍ ଭାବେ ଚାଲିପାରିନଥିଲା ଗୃହ । ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ଏଥିରେ ମଧ୍ୟ କୌଣସି ନିଷ୍ପର୍ସ ବାହାରିନଥିଲା । ଶେଷରେ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।