ଏଣିକି ସଂସଦ ଭିତରେ ଧାରଣା ମନା

0

ଏଣିକି ସଂସଦ ଭିତରେ ଧାରଣା ମନା। ମୌସୁମୀ ଅଧିବେଶନ ପୂର୍ବରୁ ସଂସଦକୁ ନେଇ ପୁଣି ଆଉ ଏକ ନୂଆ ନିୟମ ଜାରି କରାଯାଇଛି। ଏ ନେଇ ରାଜ୍ୟସଭା ସାଧାରଣ ସଚିବ ପିସି ମୋଡି ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତିରେ ଉଲ୍ଲେଖ ଯେ, ସଂସଦ ଭିତରେ କୌଣସି ଆନ୍ଦୋଳନ, ଧାରଣା, ଷ୍ଟ୍ରାଇକ୍‌ , ଉପବାସ ମନା।

ଏମିତିକି କୌଣସି ଧର୍ମୀୟ ଉତ୍ସବ ଆଳରେ ମଧ୍ୟ ଏସବୁ କରିବାକୁ ମନା କରାଯାଇଛି। ସେହିପରି ଗୁରୁବାର ମଧ୍ୟ ସଂସଦରେ କେତେକ ଶବ୍ଦକୁ ବାରଣ ନେଇ ଚର୍ଚ୍ଚା ହେଉଥିଲା। ଏବେ ପୁଣି ଏକ ନୂଆ ନିୟମ ଚର୍ଚ୍ଚା ସୃଷ୍ଟି କରିଛି।

Leave a comment

You cannot copy content of this page