ଗୃହରେ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଗୃହରେ ପୁଣି ଉଠିଲା କୋଇଡା ବିଡିଓ ବିଧାୟକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ । ବିରୋଧୀଙ୍କ ପ୍ରଶ୍ନକୁ ଶାସକ ଦଳ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଗୃହରେ ତାତି । ଏହି ପ୍ରସଙ୍ଗରେ ଉଭୟ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଛନ୍ତି । ଗୃହ ମଧ୍ୟଭାଗକୁ ଆସି ଶାସକ ଦଳ ଓ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ।
ପୂର୍ବରୁ ମଧ୍ୟ ସମାନ ପ୍ରସଙ୍ଗରେ ବିରୋଧୀ ସଦସ୍ୟ ନାରାବାଜି କରିଥିଲେ । ଗୃହର ମଧ୍ୟଭାଗକୁ ହୋହଲ୍ଲା କରିଥିଲେ ବିରୋଧୀ । ଗୃହରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ସମର୍ଥନ କରି ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ କରିଥିଲେ । ଦୀର୍ଘ ତିନି ଦିନ ଧରି ଏହି ପ୍ରସଙ୍ଗ ଲକ୍ଷ୍ମଣ ମୁଣ୍ଡା ଉଠାଉଥିବା ବେଳେ ସରକାର କୌଣସି ପଦକ୍ଷେପ ନ ନେଇଥିବାରୁ ଗୃହରେ ଅସନ୍ତୋଷ ପ୍ରକାଶ କରି ଗୃହ ମଧ୍ୟରେ ନାରାବାଜି ହୋଇଥିଲା । ତୁରନ୍ତ ବିଡ଼ିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା । ହଟ୍ଟଗୋଳ ଯୋଗୁଁ ଦିନ ୧୧ଟା ୩୦ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଥିଲେ ।