ଜୟ ନାରାୟଣଙ୍କୁ ୫ଟି ଭୂତ ଲାଗିଛି, ତୁରନ୍ତ ଝାଡିଦିଅନ୍ତୁ: ଅମର ପ୍ରସାଦ ଶତପଥୀ

୫ଟିକୁ ନେଇ ଜୟନାରାୟଣ ପ୍ରଶ୍ନରେ ଉତ୍ତର ଦେଲେ ବିଧାୟକ ଅମର ପ୍ରସାଦ ଶତପଥୀ

0

ଶୂନ୍ୟକାଳରେ ନବ ଦାସ ପ୍ରସଙ୍ଗ ଉଠାଇଲେ ଓ ୫ଟିକୁ ପୁଣି ଥରେ ଟାର୍ଗେଟ କଲେ ଜୟନାରାୟଣ । ଗୃହରେ ବିରୋଧୀ ଦଳ ନେତା କହିଛନ୍ତି, ନବ ଦାସ ହତ୍ୟାକାଣ୍ଡକୁ ୪୫ ଦିନ ବିତିଲା କିନ୍ତୁ ଆଜି ବି କାରଣ ସନ୍ଧିହାନ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଗୋଟେ ରାଷ୍ଟ୍ର ମନ୍ତ୍ରୀଙ୍କ ଉତ୍ତର ଆଉ ଗୋଟେ ।

କେତେ ଦିନ ଭିତରେ ତଦନ୍ତ ଶେଷ ହେବ । ଏନେଇ ବାଚସ୍ପତି ରୁଲିଂ ଦିଅନ୍ତି ସରକାର ସ୍ପଷ୍ଟ କରିବେ ।

ଏହାସହ ଜୟନାରାୟଣ କହିଛନ୍ତି, ମୁଁ ଉଠାଇଥିବା ୫ଟି ପ୍ରସଙ୍ଗରେ ସରକାରୀ ଦଳ ମୁଖ୍ୟ ସଚେତକ କହିଥିଲେ ୫ଟି ଏକ ଚିନ୍ତାଧାରା ଏକ ବିଚାରଧାରା । ଯଦି ୫ଟି ବିଚାର ଧାରା ତେବେ ତାହା ବିଚାର ଧାରାରେ ରହୁ । ସବୁ ବିଭାଗର ମାଲିକ କେମିତି ହେଇ ଯାଉଛନ୍ତି । ଗଣତନ୍ତ୍ରରେ ସମସ୍ତେ ଉତ୍ତରଦାୟୀ, କିନ୍ତୁ ୫ଟି କାହା ପାଖରେ ଉତ୍ତର ଦାୟୀ ? ୫ଟି କଣ ସବୁଠୁ ଉର୍ଦ୍ଧ୍ବରେ ।

ବିରୋଧୀ ଦଳ ନେତା ଉଠାଇଥିବା ପ୍ରସଙ୍ଗର ଜବାବ ଦେଇ ଶାସକ ଦଳର ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ୫ଟି ଏକ ମଡେଲ । କେନ୍ଦ୍ର ସରକାର ଏହାକୁ ପ୍ରଶଂସା କରିଛନ୍ତି । । ଗଭର୍ଣ୍ଣନାସ ଚଳଚଞ୍ଚଳ କରିବା ହେଉଛି ୫ଟି। ଏହି ୫ଟି କଥା ବିରୋଧୀ ଦଳ ନେତାଙ୍କୁ କାହିଁକି ବାଧୁଛି। ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାମ କରୁଛନ୍ତି ୫ଟି ସଚିବ। ଜୟ ନାରାୟଣଙ୍କୁ ୫ଟି ଭୂତ ଲାଗିଛି। ସେ ଝାଡି ଦିଅନ୍ତୁ। ଅଯଥା ଏ ପ୍ରସଙ୍ଗ ଆଲୋଚନା କରି ଗୃହର ସମୟ ନଷ୍ଟ କରନ୍ତୁ ନାହିଁ ।

Leave a comment