ବିଧାନସଭାରେ ୫ଟିକୁ ନେଇ ଶାସକ ଦଳକୁ ଘେରିଲେ ବିରୋଧୀ, ଏଭଳି କଡା ଜବାବ ଦେଲେ ବିଜେଡି ବିଧାୟକ ଅରୁଣ ସାହୁ

0

ପୁଣି ବିଧାନସଭାରେ ୫ଟି ଝଡ ଦେଖାଦେଇଛି । ମୁଂହାମୁହିଁ ହୋଇଛନ୍ତି ଶାସକଙ୍କ ସହ ବିରୋଧୀ ଦଳ । ବିରୋଧୀଦଳ ନେତାଙ୍କ ୫ଟି ମନ୍ତବ୍ୟନେଇ ଚିହିଁକି ଉଠିଲା ବିଜେଡି । ସ୍କୁଲରେ ଶିକ୍ଷକ ନଥାଇ ଉନ୍ନତି କଥା କହୁଛନ୍ତି ସରକାର ବୋଲି କହିଛନ୍ତି ଜୟନାରାୟଣ ମିଶ୍ର । ଏହା କଣ ୫ଟି ବୋଲି ଜୟନାରାୟଣ ପଚାରିବାରୁ ଚିହିଁକି ଉଠିଥିଲା ବିଜେଡି । ମନ୍ତବ୍ୟକୁ ବିରୋଧ କରି ଛିଡାହୋଇ ହୋହାଲ୍ଲା କଲେ ବିଜେଡି ସଦସ୍ୟ ।

୫ଟି ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କୁ ବିଜେଡିର କଡ଼ା ଜବାବ। ୫ଟି କ’ଣ, ସେକଥା ବୁଝି ଜୟନାରାୟଣ ଅବୁଝା ହେଉଥିବା କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ରାଜ୍ୟର ଯେକୌଣସି ଗାଁକୁ ଯିବେ ସେଠି ପ୍ରଗତିର ଲକ୍ଷଣ ଦେଖିବେ, ସେଇଟା ହିଁ ୫ଟି। ବିରୋଧୀ ଦଳ ନେତା ୫ଟିକୁ ନେଇ ପାକିସ୍ତାନରେ ପହଞ୍ଚିଲେଣି । ଜାତୀୟ ପତାକାରେ ସବୁଜ ରଙ୍ଗ ରହିଛି । ବିରୋଧୀ ଦଳ ନେତା ସ୍କୁଲରେ ଲାଗିଥିବା ସବୁଜ ରଙ୍ଗ କଥା କେମିତି କହୁଛନ୍ତି ବୋଲି ଅରୁଣ ସାହୁ ପ୍ରଶ୍ନ କରିଛନ୍ତି ।

୫ଟିକୁ ନେଇ ବିରୋଧୀ ଦଳ ନେତା ଯାହା କହୁଛନ୍ତି ସେଥିରେ ତାଳମେଳ ନାହିଁ । ବିଜେପି ଶାସିତ ରାଜ୍ୟର ଲୋକ ବି ଆସି ୫ଟିକୁ ଅନୁକରଣ କରୁଛନ୍ତି । ଜୟନାରାୟଣଙ୍କୁ ୫ଟି ଭୂତ ଲାଗିଛି । ୫ଟି ଏକ ବିଚାରଧାରା । ସବୁ ନିର୍ବାଚନ ମଣ୍ଡଳୀରେ ୫ଟି ଜରିଆରେ ସ୍କୁଲ ରୂପାନ୍ତରଣ ହେଉଛି । ୫ଟି ଭୂତ ଛାଡ଼ନ୍ତୁ । ସବୁଜ ରଙ୍ଗ ଅଡ଼ୁଆ ଲାଗୁଥିଲେ ପରିବା ଖାଇବା ଛାଡ଼ି ଦିଅନ୍ତୁ ବୋଲି ଅରୁଣ ସାହୁ କହିଛନ୍ତି । ୫ଟି ଏକ ପ୍ରଗତିଶୀଳ ଆନ୍ଦୋଳନ ।

Leave a comment