ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ପୁଣି ନବ ଦାସ ଝଡ଼; ଅପରାହ୍ନ ୪ଟା ଯାଏ ଗୃହ ମୁଲତବି

ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ପୁଣି ନବ ଦାସ ଝଡ଼ । ନବ ଦାସ ମାମଲାରେ ପୁଣି ବିରୋଧଙ୍କ ହୋ ହଲ୍ଲା । ଗୃହର ମଧ୍ୟଭାଗକୁ ଯାଇ ବିରୋଧୀ ସଦସ୍ୟ ହୋ ହଲ୍ଲା ଓ ନାରାବାଜି କରିଥିଲେ।
ଗୃହ କାର୍ଯ୍ୟ ଆଗେଇ ନପାରିବାରୁ ପ୍ରଥମେ ଗୃହକୁ ସାଢ଼େ ୧୧ ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।
ଏହାପରେ ୧୧.୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ପ୍ରବଳ ହଟ୍ଟଗୋଳ ହୋଇଥିଲା। ନବ ଦାସ ମାମଲାରେ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । ଏହାପରେ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହ ମୁଲତବି ଘୋଷଣା କରିଛନ୍ତି।