ବିଧାନସଭା ବଜେଟ୍ ଅଧିବେଶନ : ଅଭିଭାଷଣରେ ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟପାଳ
ଭୁବନେଶ୍ୱର : ବିଧାନସଭାରେ ବଜେଟ୍ ଅଧିବେଶନ ଆରମ୍ଭ। ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ଅଭିଭାଷଣ ଦେଇଛନ୍ତି। ତାମିଲନାଡୁର କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ ବିପିନ ରାୱତଙ୍କ ସହ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାସହ ଶୋକସନ୍ତପ ପରିବାର ବର୍ଗ ପ୍ରତି ସମବେଦନା ଜଣାଇଛନ୍ତି। କରୋନା କାଳରେ ଲଢିଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟର ପ୍ରତି ଲୋକକୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଦିଆଯାଉଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ମାଗଣାରେ ସେବା ଯୋଗାଇ ଦିଆଯାଉଛି।
କ୍ୟାପିଟାଲ ହସ୍ପିଟାଲରେ ପିଜିଆଇ ପାଇଁ ସରକାର ମଞ୍ଜୁର କରିଛନ୍ତି। କରୋନା ମୁକାବିଲା ପାଇଁ ୫ କୋଟିରୁ ଅଧିକ ଟଙ୍କା ଦିଆଗଲାଣି। କରୋନା ପରୀକ୍ଷା ପାଇଁ ବ୍ଲକ ସ୍ତରରେ ମଧ୍ୟ ବ୍ୟବସ୍ଥା କରାଯାଇଛି। ୩୦ ଜିଲାକୁ ରେଳ ସଂଯୋଗ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ସଡକ ନିର୍ମାଣ ଓ ପରିବହନ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି।
ସେହିପରି ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣାର ସିବିଆଇ ତଦନ୍ତ କରାଯିବ। ରାମପୁର ହାଟ ହିଂସା ଘଟଣାର ତଦନ୍ତ ପାଇଁ ସିବିଆଇକୁ କଲକାତା ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏପିଲ ୭ ସୁଦ୍ଧା ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜନୈତିକ ହିଂସାରୁ ବୀରଭୂମରେ ୮ ଜଣଙ୍କୁ ହତ୍ୟା କରାଯାଇଥିଲା। ୮ ଜଣଙ୍କୁ ଏକ ଘରେ ପୁରାଇ କିଛି ଦୁର୍ବୃତ୍ତ ଜିଅନ୍ତା ଜାଳି ଦେଇଥିଲେ।