ପୁଣିଥରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ବାନୀ
ପୁଣିଥରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ । ଗତକାଲି ଅର୍ଥାତ(ମଙ୍ଗଳବାର) ପ୍ରକାଶିତ ଫୋର୍ବସର ରିୟଲଟାଇମ୍ ବିତ୍ତଶାଳୀ ତାଲିକାରୁ ଏହି ସୂଚନା ମିଳିଛି । ଅନ୍ୟପକ୍ଷେ ହିଣ୍ଡେନବର୍ଗ ମାମଲା ଯୋଗୁଁ ପ୍ରବଳ କ୍ଷତି ସହିଥିବା ଗୌତମ ଆଦାନୀ ବର୍ତ୍ତମାନ ୨୪ତମ ସ୍ଥାନକୁ ଖସି ଆସିଛନ୍ତି ।
ଏହା ପୂର୍ବରୁ ଆଦାନୀ ୨୪ ଜାନୁଆରୀରେ ବିଶ୍ବର ଧନୀ ବ୍ୟକ୍ତି ସ୍ଥାନରେ ତୃତୀୟରେ ରହିଥିଲେ । ସେହି ସମୟରେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୨୬ ବିଲିୟନ ଡଲାର ରହିଥିଲା । ତେବେ ହିଣ୍ଡେନବର୍ଗର ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପରେ ତାଙ୍କ ସମ୍ପତ୍ତିର ମୂଲ୍ୟ ହ୍ରାସ ପାଇଛି । ତେବେ ଜାରି ଧନୀ ତାଲିକାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ସାମନାକୁ ଆସିଛି। ତାହା ହେଲା ଦୁନିଆର ଶୀର୍ଷ ଅରବପତିଙ୍କ ମୋଟ ସମ୍ପତ୍ତି ଚଳିତ ବର୍ଷ ହ୍ରାସ ପାଇଛି।
ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଶୀର୍ଷରେ ଅଛନ୍ତି ଫ୍ରାନ୍ସର ବର୍ନାଡ ଅନଲ୍ଟ,( ୨୧୧ ବିଲିୟନ ଡଲାର)ଦ୍ବିତୀୟ ସ୍ଥାନରେ ଅଛନ୍ତି ଏଲନ୍ ମସ୍କ (୧୮୦ ବିଲିୟନ ଡଲାର), ତୃତୀୟରେ ଜେଫ୍ ବେଜୋସ୍(୧୧୪ ବିଲିୟନ ଡଲାର),ଲ୍ୟାରି ଏଲିସନ୍(୧୦୭ ବିଲିୟନ ଡଲାର) ଚତୁର୍ଥ ଓ ବରେନ୍ ବଫେ(୧୦୬ ବିଲିୟନ ଡଲାର) ପଞ୍ଚମ ସ୍ଥାନରେ ଅଛନ୍ତି। ବିଲ୍ଗେଟସ ୧୦୪ ବିଲିୟନ ଡଲାର ସମ୍ପତ୍ତି ସହ ଷଷ୍ଠ ସ୍ଥାନରେ ଅଛନ୍ତି। ମାଇକେଲ ବ୍ଲୁମବର୍ଗ ସପ୍ତମ, କାର୍ଲସନ୍ ସ୍ଲିମ୍ ହେଲୁ ଅଷ୍ଟମ ଓ ମୁକେଶ ଅମ୍ବାନୀ ନବମ ସ୍ଥାନରେ ଅଛନ୍ତି। ୬୫ ବର୍ଷୀୟ ମୁକେଶ ଅମ୍ବାନୀଙ୍କ ରିଲାୟନ୍ସ ଇଣ୍ଡଷ୍ଟ୍ରୀ ୧୦୦ ବିଲିୟନ ଡଲାରରୁ ଅଧିକ ଆୟ କରିଥିବା ପ୍ରଥମ ଭାରତୀୟ କମ୍ପାନୀ। ନୂତନ ତାଲିକା ଅନୁସାରେ, ସୂଚୀରେ ମୁକେଶ ଅମ୍ବାନୀ, ମାଇକ୍ରୋସଫ୍ଟର ଷ୍ଟିଭ୍ ବ୍ଲାମର, ଗୁଗୁଲର ଲ୍ୟାରୀ ପେଜ୍ ଓ ସର୍ଗେଇ ବ୍ରିନ୍, ଫେସବୁକ୍ର ମାର୍କ ଜୁକରବର୍ଗ ଓ ଡେଲ୍ ଟେକ୍ନୋଲୋଜିଜ୍ର ମାଇକେଲ୍ ଡିଲ୍ଙ୍କ ଉପରେ ଅଛନ୍ତି। ଅମ୍ବାନୀ ଗତ ବର୍ଷ ଲିଷ୍ଟରେ ୯୦.୭ ବିଲିୟନ ଡଲାର ସମ୍ପତ୍ତି ସହିତ ଦଶମ ସ୍ଥାନରେ ଥିଲେ।
ରିଲାଏନ୍ସର ବ୍ୟବସାୟ ତୈଳ, ଗ୍ୟାସ୍, ଟେଲିକମ୍ ସହିତ ଅନ୍ୟ ସେକ୍ଟରକୁ ବ୍ୟାପିଛି ଓ ଗ୍ରୁପ୍ର ରିଲାୟନ୍ସ ରିଟେଲ ବିଜନେସ୍ ଲଗାତାର ସଫଳତାର ଶୀର୍ଷରେ ରହିଛି। ଉଲ୍ଲେଖନୀୟ ଯେ, ଅମ୍ବାନୀ ନିଜର ତିନି ସନ୍ତାନ ଇଶା, ଅମ୍ବାନୀ, ଆକାଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ଗ୍ରୁପର ଟେଲିକମ୍ ବିଜନେସ୍ Jio Infocom ର ଡାଇରେକ୍ଟର ଅଛନ୍ତି। ଏହାଛଡା ଝିଅ ଇଶା ଅମ୍ବାନୀ ରିଟେଲ ବିଜନେସ୍କୁ ଆଗକୁ ବଢାଉଛନ୍ତି। ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ନିକଟରେ ରିଲାଏନ୍ସର ନ୍ୟୁ ଏନର୍ଜିର ଦାୟିତ୍ବ ରହିଛି।