ରାଜସ୍ଥାନ ମକୁଟ ପିନ୍ଧିଲେ ଗେହଲଟ, ପାଇଲଟ ହେଲେ ଉପମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ର ୩ ରାଜ୍ୟରେ ନିର୍ବାଚନୀ ବିଜୟର ତିନିଦିନର ମାରାଥନ ବୈଠକ ପରେ ଦୁଇଟି ରାଜ୍ୟର ମୁଖମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଙ୍କ ଦ୍ଵାରା ତିନିଦିନ ଧରି ଘନଘନ ରୁଦ୍ଧଦ୍ୱାର ବିଚାର ବିମର୍ଷ ଓ ସମସ୍ତ ବରିଷ୍ଠ କର୍ମକାର୍ତ୍ତାଙ୍କ ସହମତି କ୍ରମେ ଶେଷରେ ରାଜସ୍ଥାନ ର ମୁଖ୍ୟମନ୍ତ୍ରୀ ଙ୍କ ନାଁ ଘୋଷଣା କରିଛନ୍ତି । ଯାହାକି ରାହୁଲ ଙ୍କ ପାଇଁ ଖୁବ କାଠିକର ପାଠ ଥିଲା । କାରଣ ସେଠାରେ ସଚିନ ପାଇଲଟ ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କର୍ମକର୍ତ୍ତା ମନେ ଚାପ ପକାଉଥିବା ବେଳେ ଜଣେ କର୍ମକର୍ତ୍ତା ନିଜ ରକ୍ତରେ କଂଗ୍ରେସ ଅଧ୍ୟକ୍ଷ ଙ୍କୁ ଚିଠି ଲେଖି ସଚିନକୁ ମୁଖ୍ୟମନ୍ତ୍ରୀ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ରାଜସ୍ଥାନ ର ସବୁଠାରୁ ଯୋଗ୍ୟ ଓ ଅଭିଜ୍ଞ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିଲେ ଅଶୋକ ଗେହଲଟ । ତେଣୁ ଉଭୟ ପରିସ୍ଥିତିକୁ ନଜର ରେ ରଖି ନିଷ୍ପତ୍ତି ନେବା ରାହୁଲଙ୍କ ନିଦ ହଜାଇ ଦେଇଥିଲା ।

ରାଜସ୍ଥାନର ବିଜୟ ପଛରେ ସଚିନଙ୍କ ପରିଶ୍ରମକୁ ଅଣଦେଖା କରିନଥିଲେ ରାହୁଲ । ଅଭିଜ୍ଞ ଓ ଯୋଗ୍ୟ ପ୍ରାର୍ଥୀ ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ବେଳେ ସଚିନ ଙ୍କୁ ଖୁସି କରିବାକୁ ଉପ-ମୁଖ୍ୟମନ୍ତ୍ରୀ ପଦ ର ଦାୟିତ୍ୱ ଦିଆଯାଇଛି । ଏନେଇ ଦିଲ୍ଲୀରେ ବସିଥିବା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । 

ପୂର୍ବରୁ ଅଶୋକ ଗେହଲଟ ୧୯୯୮-୨୦୦୩ ଓ ୨୦୦୮-୨୦୧୩ ପର୍ଯ୍ୟନ୍ତ ରାଜସ୍ଥାନର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ । ୨୦୧୭ରୁ ଗେହଲଟ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟଭାର ତୁଲାଇଆସୁଛନ୍ତି ।

Leave a comment