ହସ୍ପିଟାଲରେ ଥାଇ ଭୋଟ ଦେଲେ ଆଶୀର୍ବାଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରିଲା ଓସିଏ ନିର୍ବାଚନ । ଆଜି ଅପରାହ୍ନ ୨ଟାରେ ସରିଲା ଭୋଟିଂ । ଆଉ କିଛିସମୟ ପରେ ଆରମ୍ଭ ହେବ ଗଣତି । ପୂର୍ବରୁ ନିଜର ଭୋଟ ଅଧିକାର ସାବ୍ୟସ୍ତ କରିବାକୁ ଅନୁମତି ମାଗିଥିଲେ ଆଶୀର୍ବାଦ । ଏନେଇ ଗତକାଲି ତାଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା । ତେଣୁ ଆଜି ଏସସିବି ମେଡ଼ିକାଲରୁ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ନିଜ ମତଦାନ ପ୍ରକ୍ରିୟା ସମାପନ କରିଛନ୍ତି । ସନ୍ଧ୍ୟା ୬ଟା ସୁଦ୍ଧା ଫଳାଫଳ ଘୋଷଣା କରାଯିବା କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁଯାୟୀ, ସିବିଆଇ ଦ୍ବାରା ଗିରଫ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ଅଧିକ ଚିକିତ୍ସା ପାଇଁ ଗତକାଲି ଠାରୁ ଏସସିବି ଅସ୍ଥିଶଲ୍ୟ ବିଭାଗର ଭର୍ତ୍ତି କରାଯାଇଛି । ଟ୍ରମା ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିବାବେଳେ ତାଙ୍କର ଆବଶ୍ୟକ ଚିକିତ୍ସା ଚାଲିଛି । ଆଜି ଓସିଏ ନିର୍ବାଚନ ଥିବାବେଳେ ଗତକାଲି ଆଶୀର୍ବାଦ ଏସସିବିରେ ଭର୍ତ୍ତି ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏଥର ପ୍ରଥମ ଥର ପାଇଁ ଗୋଟିଏ ଲେଖାଏଁ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ନାମାଙ୍କନ ଦାଖଲ ପରଠୁ ଆପେକ୍ସ କାଉନସିଲ୍ ସଦସ୍ୟ ପାଇଁ କେନ୍ଦ୍ରାପଡାର ଶୁଭାଶିଷ୍ ସେନାପତି ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇ ସାରିଛନ୍ତି । ଏବେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧକ୍ଷ ପାଇଁ ୧୦ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । ତିନି ଆନ୍ତର୍ଜାତିକ ଖେଳାଳି ଦେବାଶିଷ୍ ମହାନ୍ତି, ଶିବସୁନ୍ଦର ଦାସ ଓ ସଞ୍ଜୟ ରାଉଳ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।
ସଭାପତି ପଦ ପାଇଁ ପ୍ରଦୀପ ଚୌହ୍ୱାନ ଓ ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ପଦ ପାଇଁ ପ୍ରଶାନ୍ତ ପ୍ରସାଦ ହସ୍ପିଟାଲରେ ଥାଇ ଭୋଟ ଦେଲେ ଆଶୀର୍ବାଦ ଓ ଅକ୍ଷୟ କୁମାର ସାମନ୍ତ, ସମ୍ପାଦକ ପାଇଁ ନବରଞ୍ଜନ ପଟ୍ଟନାୟକ ଓ ସଞ୍ଜୟ ବେହେରା, ଯୁଗ୍ମ-ସମ୍ପାଦକ ପଦ ପାଇଁ ସୁଜିତ୍ କୁମାର ପ୍ରଧାନ ଓ ମେହେତାବ ଖାନ୍ ଏବଂ କୋଷାଧକ୍ଷ ପାଇଁ ଅନୀଲ କୁମାର ବିଶ୍ୱାଳ ଓ ବିକାଶ ପ୍ରଧାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । ମୋଟ୍ ୭୩ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

Leave a comment