ଆଶୀର୍ବାଦ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିବିଆଇ ଗିରଫ କରିଥିବା ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ଅସୁସ୍ଥ ହୋଇପଡିଛନ୍ତି । ଆଶୀର୍ବାଦଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଛି ।

ସୂଚନା ଅନୁଯାୟୀ, ଗତ ୧୯ତାରିଖ ସକାଳ ୫ଟା ସମୟରେ ଆଶୀର୍ବାଦଙ୍କ କଟକସ୍ଥିତ ବାସଭବନ ଉପରେ ସିବିଆଇ ଚଢ଼ାଉ କରି ଆଶୀର୍ବାଦଙ୍କୁ ଗିରଫ କରିଥିଲା । ସେହିଦିନ ସନ୍ଧ୍ୟାରେ ଆଶୀର୍ବାଦଙ୍କୁ ସିବିଆଇ କୋଟରେ ହଜାର କରିବା ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା । ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏଥିସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି । ପୂର୍ବରୁ ତାଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଥିଲା ସିବିଆଇ ।

Leave a comment