ଆମେରିକା ଗ୍ରସ୍ତରେ ଯିବେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଏବଂ ଆକାଶ ଦାସ, ଜଣାନ୍ତୁ କାହିଁକି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ବିଦେଶ ଗ୍ରସ୍ତରୁ ଫେରିବା ପରେ ଆମେରିକା ଗ୍ରସ୍ତରେ ଯିବେ ପୂର୍ବତନ କୃଷି ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏବଂ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ । ଜୁଲାଇ ମାସ ପ୍ରଥମ ସପ୍ତାହରେ ଉଭୟ ଆମେରିକା ଗ୍ରସ୍ତ କରିବେ । ସେମାନେ ସେଠାରେ ଥିବା ପ୍ରାୟ ୫୦ ହଜାର ପ୍ରବାସୀ ଓଡ଼ିଆଙ୍କୁ ଭେଟିବା ସହ ସେଠାରେ ହେବାକୁଥିବା ବାର୍ଷିକ ମହୋତ୍ସବରେ ଯୋଗଦେବେ । ମୋ କଲେଜ ମାଧ୍ୟମରେ ପ୍ରବାସୀ ଓଡ଼ିଆଙ୍କୁ ଓଡିଶା ସହିତ ଯୋଡି ରହିବାକୁ ଆହ୍ୱାନ କରିବେ ।
ସୂଚନା ଅନୁଯାୟୀ, ଆମେରିକାରେ ଥିବା ପ୍ରବାସୀ ଓଡ଼ିଆଙ୍କ ଦ୍ଵାରା ଆୟୋଜିତ ବର୍ଷିକ ମହୋତ୍ସବ କରନା କାରଣରୁ ବିଗତ ଦୁଇବର୍ଷ ହେବ ଅନୁଷ୍ଠିତ ହୋଇପାରିନଥିଲା । ସେଠାରେ ଥିବା ପ୍ରବାସୀ ମୋ କଲେଜ ଅଭିଯାନ ମାଧ୍ୟମରେ ଓଡ଼ିଶା ସହ ଯୋଡି ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେଥିପାଇଁ ଉଚ୍ଚ ଶିକ୍ଷିତ ତଥା ନିଜ ବକ୍ତବ୍ୟରେ ଲୋକଙ୍କ ମନରେ ସ୍ୱତନ୍ତ୍ର ଛାପ ସୃଷ୍ଟି କରିପାରୁଥିବା ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ ଏବଂ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକଙ୍କୁ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିଛନ୍ତି ।
ସେହିପରି ଅରୁଣ ସାହୁ ଏବଂ ଆକାଶ ଦାସଙ୍କ ଗ୍ରସ୍ତପରେ ୬ଜଣ ରାଜ୍ୟସଭା ସଭ୍ୟଙ୍କ ସହିତ ଅନ୍ୟ ୬ଜଣ ପ୍ରବାସୀ ଓଡ଼ିଆଙ୍କୁ ଭେଟି ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମରେ ପୁଞ୍ଜି ନିବେଶ କରିବାକୁ ଆହ୍ୱାନ ଦେବାକୁ ଜର୍ମାନୀ ଯିବା କାର୍ଯ୍ୟକ୍ରମ ରହିଛି ।