କରୋନାରେ ସଂକ୍ରମିତ ହେଲେ କୃଷି ମନ୍ତ୍ରୀ ଅରୁଣ ସାହୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟ କୃଷି ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ହୋମ ଆଇସୋଲେସନରେ ରହିବା ସହ ସୁସ୍ଥ ଅଛନ୍ତି। ଗତକିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସଙ୍ଗରୋଧରେ ରହିବା ସହ ତୁରନ୍ତ ନିଜର କରୋନା ଟେଷ୍ଟ କରାଇ ନେବାକୁ ଅରୁଣ ସାହୁ ଅନୁରୋଧ କରିଛନ୍ତ।
ପ୍ରକାଶ ଯେ, ଏହା ପୂର୍ବରୁ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ରେମୁଣା ବିଧାୟକ ସୁଧାଂଶୁ ପରିଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଓ ବଡମ୍ବା ବିଧାୟକ ଦେବୀ ମିଶ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a comment

You cannot copy content of this page