ବିଜେପିରେ ମିଶିଲେ ଅର୍ଜୁନ ସେଠୀ ଓ ମୋହନ ଜେନା, ବିଜେଡିରୁ ଦେଇଥିଲେ ଇସ୍ତଫା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପିରେ ଯୋଗଦେଲେ ବିଜେଡି ଭଦ୍ରକ ସାଂସଦ ଅର୍ଜୁନ ସେଠୀ ଓ ପୂର୍ବତନ ଯାଜପୁର ବିଜେଡି ସାଂସଦ ମୋହନ ଜେନା । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଅର୍ଜୁନ ତାଙ୍କ ପୁଅ ପାଇଁ ଆଶାୟୀ ଥିଲେ । ମାତ୍ର ତାଙ୍କ ପୁଅକୁ ଟିକେଟ ନମିଳିବାରୁ ଅର୍ଜ୍ଜୁନ ଅସନ୍ତୋଷ ବ୍ୟକ୍ତ କରିବା ସହ ମଧ୍ୟାହ୍ନରେ ଦଳର ପ୍ରାଥମିକ ସଦସ୍ୟ ସହ ସାଂସଦ ପଦ ଏବଂ ଜିଲ୍ଲା ବିଜେଡି ସଭାପତି ପଦରୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପତ୍ର ପଠାଇଥିଲେ । ଏହାର କିଛି ଘଣ୍ଟା ନପୁରୁଣୁ ଶଙ୍ଖ ଛାଡିଥିବା ଅର୍ଜ୍ଜୁନ ପଦ୍ମ ଧରିଥିଲେ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧଭାବେ ‘ପଦ୍ମ’ ଧରିଛନ୍ତି ପୂର୍ବତନ ବରିଷ୍ଠ ବିଜେଡି ନେତା ଅର୍ଜୁନ ସେଠୀ ।

ସେହିପରି ଯାଜପୁରରୁ ଆଶାୟୀ ଥିବା ପୂର୍ବତନ ବିଜେଡି ସାଂସଦ ମୋହନ ଜେନା ଟିକେଟ ନପାଇବାରୁ ଆଜି ବିଜେପିରେ ଯୋଗଦାନ କରିଛନ୍ତି ।

Leave a comment