ଅଧିକ ସମୟ କାନରେ ଇୟରଫୋନ ଓ ହେଡ଼ଫୋନ ଲଗାଉଛନ୍ତି କି ? ତେବେ ଶରୀର ଉପରେ ପଡିଥାଏ ଏହିସବୁ ସମସ୍ୟା
ଆଜି ବିଜ୍ଞାନ ଯୁଗରେ ପ୍ରାୟ ସମସ୍ତେ ନିଜକୁ ପ୍ରାୟ ବିଭିନ୍ନ ପ୍ରକାର ଇଲେକ୍ଟ୍ରି ଗ୍ୟlଜେଟ ରେ ବ୍ୟସ୍ତ ରଖୁଛନ୍ତି l ସେହିସବୁ ଇଲେକ୍ଟ୍ରି ଗ୍ୟଯେଟ ମାନଙ୍କ ମଧ୍ୟରେ ବିଶେଷ ଭାବରେ ରହିଛି ମୋବାଇଲ, ଲାପଟପ, ଇୟର ଫୋନ ଓ ହେଡ଼ ଫୋନ l ଅଫିସ ଯିବାରୁ ନେଇଁ କଲେଜ ଯିବା ପର୍ଯ୍ୟନ୍ତ ସମସ୍ତ ସମୟରେ ଓ ସମସ୍ତ ସ୍ଥାନରେ ସେ ଏହିସବୁ ଜିନିଷର ଅଧିକ ରୁ ଅଧିକ ବ୍ୟବହାର କରୁଛନ୍ତି l ଏହା ସତ୍ୟ ଯେ ହେଡ଼ ଫୋନ ବାହାର ଶବ୍ଦ ରୁ ଆମକୁ ରକ୍ଷା କରିଥାଏ, କିନ୍ତୁ ଏହାର ବହୁଳ ବ୍ୟବହାର ଆପଣଙ୍କୁ ଅନେକ ପ୍ରକାର ରୋଗ ଆଡକୁ ଟାଣି ନେଇଥାଏ l
ହେଡଫୋନ ଓ ଇଅର ଫୋନ ରୁ ବାହାରୁଥିବା ଧ୍ୱନୀ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ l ଗୋଟିଏ ଗବେଷଣା ଅନୁସାରେ ଗତ ୧୦ ବର୍ଷ ମଧ୍ୟରେ ବିଶ୍ୱର ସମଗ୍ର ଦେଶରେ ଏହାର ପ୍ରଭାବ ଦ୍ୱରା ଶରୀର ଉପରେ ଅନେକ ଖରାପ ପଡି ଥିବାର ସୂଚନା ମିଳିଛି l ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ର ସୂଚନା ଅନୁସାରେ ବିଶ୍ୱରେ ପ୍ରାୟ ୧୦୦ କୋଟି ଯୁବକ ବିଭିନ୍ନ ଶାରୀରିକ ସମସ୍ୟାରେ ପ୍ରଭାବିତ ହୋଇଛନ୍ତି l
ଷ୍ଟ୍ରେସ ଓ ଟେନ୍ସନ ବୃଦ୍ଧି –
ଅଧ୍ୟୟନ ରୁ ଜଣା ପଡିଛି ଯେ ହେଡ଼ଫୋନ କୁ ଦୀର୍ଘ ସମୟ ଧରି ଯଦି କୌଣସି ବ୍ୟକ୍ତି ବ୍ୟବହାର କରୁଛି ତେବେ ତାର ସାମାଜିକ ଜୀବନ ଓ ମେଣ୍ଟାଲ ହେଲ୍ଥ ପ୍ରଭାବିତ ହେଉଛି l କାହିଁକି ନା ମଣିଷ ଏହାକୁ ବ୍ୟବହାର କରିବା ଦ୍ୱାରା ସାମାଜିକ ଭାବରେ ଭାବର ଆଦାନ ପ୍ରଦାନ କରିପାରୁ ନାହିଁ l ତେଣୁ ଏହା ମାନସିକ ସ୍ତରରେ ପ୍ରଭାବ ପକାଇବା ସହ ଚିନ୍ତାର ମଧ୍ୟ କାରଣ ହେଉଛି l
ହାର୍ଟ ମଧ୍ୟ ପ୍ରଭାବିତ ହେଉଛି –
ଏକ୍ସପର୍ଟ ଙ୍କ ସୂଚନା ଅନୁସାରେ ଘଣ୍ଟା ଘଣ୍ଟା ଧରି ହେଡଫୋନ୍ରୁ ଲଗାଇ ରଖିବା ଦ୍ୱାରା ଓ ଉଚ୍ଚ ସ୍ୱରରେ ସଂଗୀତ ଶୁଣିବା ଦ୍ୱାରା କାନ ସହିତ ହାର୍ଟ ମଧ୍ୟ ପ୍ରଭାବିତ ହେଉଛି l ଯାହାକି ଶରୀର ପାଇଁ ଆଦୌ ଠିକ ନୁହେଁ l ଏହାଦ୍ୱାରା ହୃତପିଣ୍ଡ ର ସ୍ପନ୍ଦନ ଯାହାକୁ ଆମେ କହିଥାଉ ହାର୍ଟ ବୀଟ ଦ୍ରୁତ ଗତିରେ ହୋଇଥାଏ l ଯାହାକି ଶରୀର ପାଇଁ ଆଦୌ ଠିକ ନୁହେଁ l
ମୁଣ୍ଡ ବିନ୍ଧା ସମସ୍ୟା –
ହେଡ଼ ଫୋନ ବା ଇଅର ଫୋନ ରୁ ବାହାରୁଥିବା ଇଲେକ୍ଟ୍ରୋ ମାଗ୍ନେଟିକ ୱେବ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ l ଏହାଦ୍ୱାରା ମୁଣ୍ଡବିନ୍ଧା ଓ ମାଈଗ୍ରେନ ସମସ୍ୟା ମଧ୍ୟ ଦେଖାଯାଇ ଥାଏ l ଏହାଦ୍ୱାରା ଆଜିକାଲି ଅନେକ ଲୋକେ ନିଦରେ ବାଧା ଉପୁଜିବା, ନିଦ ନ ଆସିବା ଏପରିକି ସ୍ଲିପ ଏପନୀୟl ଦ୍ୱାରା ପୀଡିତ ହେଉଥିବା ଦେଖିବାକୁ ମିଳୁଛି l
ଶୁଣିବା ଶକ୍ତି ହରାଇବା –
ଇଅର ଫୋନ ଓ ହେଡ଼ଫୋନ ଦ୍ୱାରା ଲାଉଡ଼ ମ୍ୟୁଜିକ ରେ ଗୀତ ଶୁଣିବା ଦ୍ୱାରା ଆପଣଙ୍କର ଶୃତି ଶକ୍ତି ପ୍ରଭାବିତ ହୋଇପାରେ l କଣାରେ ଶୁଣିବା ର କାପାସିଟି କେବଳ ୯୦ ଡେସିବଲ ରହିଥାଏ l ଯାହାକି ଲଗାତାର ଶୁଣିବା ରୁ ୪୦ -୫୦ ଡେସିବଲ କମ ରହିଥାଏ l
କାନରେ ଇନଫେକ୍ସନ –
ଇଅର ଫୋନ ସିଧାସଳଖ କାନରେ ଲଗା ଯାଇଥାଏ l ଯାହାକି ପବନ ବାଜିବାରେ ବାଧା ସୃଷ୍ଟି କରିଥାଏ l ଏହାଦ୍ୱାରା କାନରେ ବ୍ୟାକ୍ଟେରିଆ ହୋଇ କାନର ସଂକ୍ରମଣ ହୋଇଥାଏ l