ପତଳା ହେବା ପାଇଁ ସବୁବେଳେ ଗରମ ପାଣି ପିଉଛନ୍ତି କି ? ତାହେଲେ ଜାଣିରଖନ୍ତୁ ଶରୀର ପାଇଁ ଏହା ଭଲ କି ଖରାପ ?
ମେଦବହୁଳତା ହ୍ରାସ କରିବା ଲାଗି ବର୍ତ୍ତମାନ ସକାଳୁ ଉଠି ଅନେକେ ଉଷୁମ ପାଣି ପିଉଥିବାର ଦେଖିବାକୁ ମିଳୁଛି । କେହି କେହି ଦିନ ମଧ୍ୟରେ ଏକାଧିକ ଥର ମଧ୍ୟ ଉଷୁମ ପାଣି ପିଉଛନ୍ତି, ଏମିତିକି ଶୀଘ୍ର ପତଳା ହୋଇଯିବା ନିଶାରେ ଗରମ ପାଣି ପିଇବାକୁ ବି ପଛାଉ ନାହାନ୍ତି ।
ହେଲେ ଆପଣ ଜାଣନ୍ତିକି, ଆବଶ୍ୟକତାଠାରୁ ଅଧିକ ଉଷୁମ ପାଣି ପିଇବା ଦ୍ୱାରା ମଧ୍ୟ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଜାଣନ୍ତୁ ଏହା ସମ୍ପର୍କରେ….
– ରାତିରେ ଶୋଇବା ପୂର୍ବରୁ ଗରମ ପାଣି ପିଇବା ଦ୍ୱାରା ରକ୍ତବାହୀ କୋଷିକା ଉପରେ ଚାପ ପଡ଼ିଥାଏ, ଏମିତିକି କାହା କାହାଠାରେ ରକ୍ତଚାପ ମଧ୍ୟ ବଢ଼ିଥାଏ । ଏଣୁ ନିଦ୍ରାଜନିତ ସମସ୍ୟା ଦେଖାଦେଇଥାଏ ।
– କିଡନୀ ଶରୀରକୁ ଆସୁଥିବା ଅତିରିକ୍ତ ପାଣି ଏବଂ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ହେଲେ ଗରମ ପାଣି ପିଇବା ଦ୍ୱାରା ଏହାର ପାଣିକୁ ବିଶୁଦ୍ଧ କରିବା ପ୍ରକ୍ରିୟା ପ୍ରଭାବିତ ହୋଇଥାଏ ।
– ଦେଖାଯାଏ, ଅନେକେ ଶୋଷ ନ ଲାଗୁଥିଲେ ବି ଏକ ନିର୍ଦ୍ଧିଷ୍ଟ ସମୟ ଅନ୍ତରାଳରେ ଉଷୁମ ପାଣି ପିଇଥା’ନ୍ତି । ଏହାଦ୍ୱାରା ସ୍ନାୟୁ ଫୁଲିବା ସହ ମୁଣ୍ଡବିନ୍ଧା ଭଳି ବିଭିନ୍ନ ଲକ୍ଷଣ ଦେଖାଦେଇଥାଏ ।
– ଗରମ ପାଣି ପିଇଲେ ଓଠ ଜଳିଯିବା ସହ ପାଟି ଭିତର ଭାଗ ମଧ୍ୟ ପ୍ରଭାବିତ ହୋଇଥାଏ । କେବେକେବେ ଗରମ ପାଣି ବାଜି ସ୍ୱାଦ ଗ୍ରନ୍ଥି ମଧ୍ୟ ଦୁର୍ବଳ ହୋଇଯାଏ । ଫଳସ୍ୱରୂପ ପରବର୍ତ୍ତୀ ସମୟରେ ଖାଇବା ବେଳେ କଷ୍ଟ ଅନୁଭବ କରିବା କିମ୍ବା ସ୍ୱାଦ ବାରି ନ ପାରିବା ଭଳି ସମସ୍ୟା ଉପୁଜିପାରେ ।