ଏବେ ଜେଲରେ ରହିବେ ଅର୍ଚ୍ଚନା; ଖାରଜ ହେଲା ଜାମିନ

0

ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗଙ୍କ ଜାମିନ୍ ଖାରଜ । ଭୁବନେଶ୍ୱର ଏସଡିଏମ୍ କୋର୍ଟ ଜାମିନ ଖାରଜ କରିଛନ୍ତି । ଅର୍ଚ୍ଚନାଙ୍କ ସହ କିଛି ପ୍ରତିଷ୍ଠିତ ବ୍ୟକ୍ତି, ରାଜନେତା, ଶିଳ୍ପପତିଙ୍କ ସମ୍ପର୍କ ଥିବା କୁହାଯାଉଥିବା ବେଳେ ପୁଲିସର ଜେରାକୁ ନେଇ ପ୍ରଶ୍ନ ଉଠିଛି । ବ୍ଲାକମେଲିଂ ଓ ହନିଟ୍ରାପ୍ ଅଭିଯୋଗରେ ଏବେ ଅର୍ଚ୍ଚନା ଜେଲରେ ଅଛନ୍ତି ।

ଅନ୍ୟପଟେ ଅଧିକ ଖୋଳତାଡ ପାଇଁ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ତାଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଖଣ୍ଡଗିରି ଥାନା ପୋଲିସ କୋର୍ଟରେ ଆବେଦନ କରିବ ବୋଲି ସୂଚନା ମିଳିଛି । ରିମାଣ୍ଡରେ ଆଣି ବ୍ଲାକମେଲିଂର ସତ ବାହାର କରିବ । କୌଣସି ଏକ ଅଜ୍ଞାତ ସ୍ଥାନ ନହେଲେ ଜେଲରେ ତାଙ୍କୁ ଜେରା ହୋଇପାରେ ବୋଲି ସୂଚନା ମିଳିଛି ।

Leave a comment