ଫିଲ୍ମ ‘ଥ୍ରୀଲର’ର ଫାଷ୍ଟ ଲୁକ୍; ଲିଡ୍ ରୋଲରେ ଓଡିଆ ଝିଅ ଅପସରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲିଉଡ୍ ନିର୍ଦେଶକ ରାମ ଗୋପାଳ ବର୍ମାଙ୍କ‘ଥ୍ରୀଲର’ ଫିଲ୍ମର ପୋଷ୍ଟର ରିିଲିଜ ହୋଇଯାଇଛି । ଯେଉଁଥିରେ ଦର୍ଶକେ ଓଡିଆ ଝିଅ ଅପସରା ରାଣୀଙ୍କୁ ଦେଖିବାକୁ ପାଇବେ । ଏସମ୍ପର୍କରେ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ନିଜେ ରାମ ଗୋପାଳ ବର୍ମା ।ଏହି ଫିଲ୍ମରେ ଦର୍ଶକ ମାନେ ଅପସରାଙ୍କ ଛଡା ଆଉ ଜଣେ ଓଡିଆ ଅଭିନେତାଙ୍କୁ ଦେଖିବାକୁ ପାଇବେ । ଯାହାଙ୍କ ନାମ ହେଉଛି ରକ୍ କାଚ୍ଚି । ନିକଟ ଅତୀତରେ ରାମ ଗୋପାଳ ସୋସିଆଲ ମିଡିଆରେ ଅପସରାଙ୍କ କିଛି ବୋଲ୍ଡ ଫଟୋକୁ ପୋଷ୍ଟ କରି ଫିଲ୍ମ ସମ୍ପର୍କରେ ସୂଚନା ଦେଇଥିଲେ । ରାମ ଗୋପାଳ ବର୍ମାଙ୍କ ଏହି ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼, ମଲାୟଲମ, ମରାଠୀ, ଭୋଜପୁରୀ ଓ ଗୁଜରାଟୀ ଭାଷା ସହିତ ଓଡ଼ିଆରେ ବି ରିଲିଜ୍ ହେବ। ତେବେ ଏହା କେବେ ରିଲିଜ୍ ହେବ, ସେ ନେଇ ପୋଷ୍ଟରରେ କିଛି ଉଲ୍ଲେଖ କରାଯାଇ ନାହିଁ।

ଅପସରାଙ୍କ ଘର ଓଡିଶାରେ ଏବଂ ସେ ଡେରାଡୁନରେ ଜନ୍ମଗ୍ରହଣ କରିଥିଲେ । ସେ ଭଲ ନୃତ୍ୟଶିଳ୍ପୀ ସହ ଅତି ସୁନ୍ଦର ଅଭିନୟ ମଧ୍ୟ କରନ୍ତି । ‘କ୍ଲାଇମାକ୍ସ’ ଏବଂ ‘ନେକେଡ’ ପରେ ଆରଜିଭି ୱାର୍ଲ୍ଡ ଥିଏଟରର ଫିଲ୍ମ ପାଇଁ ଅପସରାଙ୍କୁ ନାୟିକା ଭାବେ ଚୟନ କରାଯାଇଥିଲା ।

Leave a comment